ଡିଏଚ୍ଏଫ୍ଏଲ୍ର ନିଟ୍ ଲାଭ ୨୬% ବୃଦ୍ଧି ସହ ୩୧୨ କୋଟି ଟଙ୍କା

May 3, 2018 - 14:08
 190
ଡିଏଚ୍ଏଫ୍ଏଲ୍ର ନିଟ୍ ଲାଭ ୨୬% ବୃଦ୍ଧି ସହ ୩୧୨ କୋଟି ଟଙ୍କା
ଭୁବନେଶ୍ୱର: ଦେଶର ଅଗ୍ରଣୀ ହାଉସିଂ ଫାଇନାନ୍ସ କଂପାନି ଡିଏଚ୍ଏଫ୍ଏଲ୍ ୨୦୧୭-୧୮ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ନିଟ୍ ଲାଭ ପରିମାଣ ୨୬% ବୃଦ୍ଧି ପାଇ ୩୧୨.୪ କୋଟି ଟଙ୍କା ହୋଇଛି । ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ନିଟ୍ ଲାଭ ପରିମାଣ ୨୬% ବୃଦ୍ଧି ସହ ୧୧୭୨.୧୧ କୋଟି ଟଙ୍କା ହୋଇଛି । କଂପାନିର ଟିକସ ପୂର୍ବବର୍ତି ଲାଭ ପରିମାଣ ୨୫% ବୃଦ୍ଧି ପାଇ ୧୭୫୬.୬ କୋଟି ଟଙ୍କା ଥିଲା । ଏହି ସମୟରେ ମୋଟ ଆୟ ପରିମାଣ ୧୮% ବୃଦ୍ଧି ପାଇ ୧୦,୪୬୪.୫ କୋଟି ଟଙ୍କା ହୋଇଛି । ଡିଏଚ୍ଏଫଲର ଋଣ ପୁସ୍ତିକାରେ ବକେୟା ପରିମାଣ ୨୮% ବୃଦ୍ଧି ପାଇ ୯୧,୯୩୨ କୋଟି ଟଙ୍କା ହୋଇଛଇ । ୨୦୧୮ ମାର୍ଚ ଶେଷ ସୁଦ୍ଧା ମୋଟ ପରିଚାଳନା ଅଧିକ ସଂପତି (ଏୟୁଏମ୍) ପରିମାଣ ୩୩% ବୃଦ୍ଧି ପାଇ ୧୧୧,୦୮୬ କୋଟି ଟଙ୍କା ହୋଇଛି । କଂପାନିର ନିର୍ଦେଶକ ବୋର୍ଡ ସେୟାର ପିଛା ଅଢେ଼ଇ ଟଙ୍କାର ଲାଭାଂଶ ପ୍ରଦାନ କରିବାକୁ ଘୋଷଣା କରିଛି । କଂପାନିର ମୋଟ ଏନ୍ପିଏ ପରିମାଣ ୦.୯୬% ଥିବା ବେଳେ ନିଟ୍ ସୁଧ ମାର୍ଜିନ୍ ୩.୦୪% ରହିଛି । କଂପାନିର ଆର୍ଥିକ ଫଳାଫଳ ବିଷୟରେ ଶ୍ରୀଯୁକ୍ତ କପିଲ୍ ୱାଧୱାନ୍, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ଡିଏଚ୍ଏଫ୍ଏଲ୍ କହିଛନ୍ତି ଯେ, “ଲୋକମାନଙ୍କ ଘର ସ୍ୱପ୍ନକୁ ପୂରଣ କରିବା ପ୍ରତିଶ୍ରୁତିକୁ ହାସଲ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ଦ୍ୱାରା ଚତୁର୍ଥ ତ୍ରୈମାସିକରେ ଡିଏଚ୍ଏଫ୍ଏଲ୍ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି । ଗୃହ ଉତ୍ସବ ପ୍ରଦର୍ଶନୀ ଭଳି କାର୍ଯ୍ୟକ୍ରମ ଆୟୋଜନ କରି ଡିଏଚ୍ଏଫ୍ଏଲ୍ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଏହାର ଗ୍ରାହକ ବଢ଼ାଇବା ସହିତ ପ୍ରତିଦ୍ୱନ୍ଦିତାକୁ ଦୃଢ଼ କରିଛି । ସାରା ଭାରତରେ ଆର୍ଥିକ ସାକ୍ଷରତାରେ ବୃଦ୍ଧି ଆଣିବା ଓ ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ପ୍ରଦାନ କରିବା ପାଇଁ ଡିଏଚ୍ଏଫ୍ଏଲ୍ ପ୍ରତିଶ୍ରୁତିବଦ୍ଧ ।