୭ ଦିନିଆ ରିମାଣ୍ଡରେ ଅର୍ଚ୍ଚନା ନାଗ୍, କହିଲେ ୩୦ ମିନିଟ ସମୟ ଦେଲେ ସବୁ ଗୁମର ଖୋଲିଦେବି

Dec 6, 2022 - 07:15
 39
୭ ଦିନିଆ ରିମାଣ୍ଡରେ ଅର୍ଚ୍ଚନା ନାଗ୍, କହିଲେ ୩୦ ମିନିଟ ସମୟ ଦେଲେ ସବୁ ଗୁମର ଖୋଲିଦେବି
ଭୁବନେଶ୍ୱର ୦୬/୧୨: ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ଇଡି । ତେବେ ରିମାଣ୍ଡରେ ନେବା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଉ କ୍ୟାପିଟାଲ ହସ୍ପିଟାଲ ନେଲାବେଳେ ଅର୍ଚ୍ଚନା ନାଗ ପ୍ରତିକ୍ରିୟା ରଖିଥିଲେ । ମୁହଁ ଖୋଲି କହିଥିଲେ ଏମିତି କିଛି ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । ଅର୍ଚ୍ଚନା କହିଥିଲେ ମୁଁ ୫ ବର୍ଷର ଛୁଆର ଲୁହ ପଡିବ । ସେ ନିର୍ଦ୍ଦୋଷ, ତାର କୌଣସି ଦୋଷ ନାହିଁ । ଆହୁରି କହିଥିଲେ ମୋତେ ଫସାଇ ଦିଆଯାଇଛି । ମୁଁ ଆତଙ୍କବାଦୀ ନୁହେଁ ଯେ, ଡରିବି । ମୋ ପାଖରେ ବହୁତ କିଛି ସୂଚନା ରହିଛି । କେବଳ ୩୦ ମିନିଟ ସମୟ ଦେଲେ ମୁଁ ସବୁ ଗୁମର ଖୋଲିଦେବି । ବୁ ପ୍ରମାଣ ସହ ଦେଖାଇବି, କେବଳ ଆପଣମାନଙ୍କ ସହଯୋଗ ଦରକାର । ମୁଁ ମୁହଁ ଖୋଲିଲେ ସବୁ ଫସିବେ । ସାରା ରାଜ୍ୟ ଦୋହଲିଯିବ । କେବଳ ମୁଁ ଇଡିକୁ ଅପେକ୍ଷା କରିଥିଲି । କିଏ ମୋତେ ଫସାଇଦେଲା ଜାଣିପାରୁନି । ମୁଁ ଇଡିକୁ ସମ୍ପୂର୍ଣ୍ଣ ସହଯୋଗ କରିବି । ସେ କହିଛନ୍ତି ମୁଁ ଚାହୁଁଛି ସବୁ କିଛି ସାମ୍ନାକୁ ଆସୁ । ଯିଏ ଦୋଷୀ ତାକୁ ଦଣ୍ଡ ମିଳୁ