ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର

Jul 5, 2022 - 05:39
 48
ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର
ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର। ସୁନ୍ଦରଗଡ଼ ସୀମାନ୍ତ ନକାଡ଼େରାରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ହେଲେ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଭୁୟାପାଲିର ନରେଶ ଗୁପ୍ତା(୩୫) ତାଙ୍କ ପୁଅ ସୂର୍ୟ୍ୟ ଗୁପ୍ତା (୫) ଓ ଝିଅ ସିମି ଗୁପ୍ତା (୩) ବୋଲି ଜଣା ପଡିଛି । ସୂଚନାନୁଯାୟୀ, ଭୁୟାପାଲିର ନରେଶ ଗୁପ୍ତା ଗତ ରବିବାର ପୁଅ ସୂର୍ୟ୍ୟ ଓ ଝିଅ ସିମିକୁ ସାଙ୍ଗରେ ନେଇ ବୁଲିବାକୁ ଯାଉଛି କହି ଘରୁ ବାହାରି ଆସିଥିଲେକ୍ଷ ହେଲେ ସେମାନେ ଆଉ ଘରକୁ ଫେରିନଥିଲେ । ଝାରସୁଗୁଡା-ସୁନ୍ଦରଗଡ଼ ସୀମାନ୍ତ ତଥା ଛତିଶଗଡ଼କୁ ଲାଗି ରହିଥିବା ନକାଡ଼େରା ପାଖ ପଥର ଖାଦାନରୁ ଦୁଇ ଭାଇ ଭଉଣୀଙ୍କ ମୃତଦେହ ମିଳିଥିବାବେଳେ ନିକଟସ୍ଥ ଜଙ୍ଗଲର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ନରେଶଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ୩ ଜଣଙ୍କର ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ । ରାୟଗଡ଼ ଜିଲ୍ଲା ଚକ୍ରଧରନଗର ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି v