ବିନ୍ଦୁ ସାଗରକୁ ଡେଇଁ ଛାତ୍ରଙ୍କ ଆତ୍ମହତ୍ୟା

Oct 24, 2021 - 06:44
 98
ବିନ୍ଦୁ ସାଗରକୁ ଡେଇଁ ଛାତ୍ରଙ୍କ ଆତ୍ମହତ୍ୟା
ଭୁବନେଶ୍ବର: ରାଜଧାନୀରେ ଦେଇପାରିଲେନି ଘରଭଡା କି କଲେଜ ଫି । ଶେଷରେ ମାନସିକ ଚାପରେ ରହି ବିନ୍ଦୁସାଗରକୁ ଡେଇଁ ଆତ୍ମହତ୍ୟା କଲେ ବିଟେକ ଛାତ୍ର । ରାତିସାରା ସର୍ଚ୍ଚ ଅପରେସନ ଆଜି ସକାଳୁ ମିଳିଲା ଯୁବକଙ୍କ ମୃତଦେହ । ଗତକାଲି ରାତିରେ ଆତ୍ମହତ୍ୟା କରିବା ନେଇ ଇନଷ୍ଟାଗ୍ରାମରେ ଯୁବକ ଜଣଙ୍କ ମେସଜ କରିଥିଲେ । ମେସେଜ କରିବା ପରେ ପୋଲିସ ଓ ଅଗ୍ନିଶମ ବିଭାଗ ବିନ୍ଦୁ ସାଗର ପୋଖରୀରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ତେବେ ରାତି ତମାମ ଖୋଜା ଖୋଜି ପରେ ଆଜି ସକାଳୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ସାଇଶ୍ରୀ । ମିଳିଥିବା ସୂଚନା ଅନୁୟାୟୀ ସାଇଶ୍ରୀଙ୍କ ବାପା ଓ ମାଙ୍କ ମଧ୍ୟରେ ବିବାଦ ଚାଲିଥିବାରୁ ସେ ଓ ତାଙ୍କ ମା’ ଭୁବନେଶ୍ବରର ସାମନ୍ତରାପୁରରେ ଘରଭଡା ନେଇ ରହୁଥିଲେ । ତେବେ ଟଙ୍କା ଅଭାବରୁ ଘର ଭଡ଼ା ଦେବା ପାଇଁ ସମସ୍ୟା ସାମ୍ନା କରୁଥିଲେ । ଏପରିକି ଥରେ ଘରଭଡା ପାଇଁ ଘର ମାଲିକ ଜିନିଷ ବିକ୍ରି କରିବାରୁ ଧମକ ଦେଇଥିଲେ । ସେପଟେ କଲେଜ ଫି ପାଇଁ ଟେନସନରେ ଥିଲେ ଯୁବକ । ଶେଷରେ ଚିନ୍ତାରେ ରହିବା ସହ ଏପରି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ଯୁବକଙ୍କ ସମ୍ପର୍କିୟ ମାନସ ଦାସ, ଯେ କି ସାଇଶ୍ରୀଙ୍କର ମଉସା ।