୪ର୍ଥ ଲହର ଆଶଙ୍କା, ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

Apr 18, 2022 - 08:50
 56
୪ର୍ଥ ଲହର ଆଶଙ୍କା, ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର ୧୮।୦୪ : ଦିଲ୍ଲୀ ଭଳି କିଛି ରାଜ୍ୟରେ ସଂକ୍ରମଣ ବଢିବା ପରେ ସଜାଗ ହେଲେ ରାଜ୍ୟ ସରକାର । ରାଜ୍ୟରେ ପଜିଟିଭ୍‌ ରେଟ୍‌ କମ୍‌ ରହିଛି । ତଥାପି ଆଗାମୀ ୪ ର୍ଥ ଲହର ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମ ରାଜ୍ୟରେ ବହୁତ କମ ପଜେଟିଭ ବାହାରୁଛି । ୭ ରୁ ୮ ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ କେସ ନାହିଁ । ତେଣୁ ଆମର ସେପରି ଆତଙ୍କିତ ହେବା ପରି ସ୍ଥିତି ନାହିଁ। ତଥାପି ସେପରି କିଛି ପରିସ୍ଥିତି ହେଲେ ବା ଲକ୍ଷ୍ୟ ରଖି ସତର୍କ ରହିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛୁ । ସମସ୍ତେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାମାନଙ୍କୁ କୁହାଯାଇଛି । ଆଇସିଏମଆର ଗାଇଡ଼ଲାଇନ ଅନୁଯାୟୀ ଟେଷ୍ଟ ବଢାଯାଉଛି । କ୍ଲଷ୍ଟର ଆଉଟ ବ୍ରେକ ଯେଉଁଠି ହେଉଛି ତାହା ଉପରେ ତୀକ୍ଷଣ ନଜର ରଖିବାକୁ କୁହାଯାଇଛି । ହାଇ ରିକ୍ସ ପପୁଲେସନ ଉପରେ ନଜର ରଖାଯାଇଛି ।