ଆଜି ଶତାଦ୍ଦୀର ବଡ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ସମୟ

Nov 19, 2021 - 07:14
 84
ଆଜି ଶତାଦ୍ଦୀର ବଡ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ସମୟ
ଭୁବନେଶ୍ୱର: ଆଜି ୫୮୦ବର୍ଷ ପରେ ସବୁଠୁ ବଡ ଚନ୍ଦ୍ର ଗ୍ରହଣ । ଏହା ଶତାଦ୍ଦୀର ସବୁଠୁ ବଡ ଓ ଆଠଶିକ ଚନ୍ଦ୍ର ଗ୍ରହଣ । ଅଷ୍‌ଟ୍ରେଲିଆ, ଆମେରିକା, ଆଲାସ୍କା ହାୱାଇର କିଛି ଅଂଶ ତଥା ଉତ୍ତର-ପଶ୍ଚମ ଓ ଉତ୍ତର-ୟୁରୋପର କିଛି ଅଂଚଳରେ ଦୃଶ୍ୟମାନ ହେବ । ତେବେ ଭାରତରେ ଏହା ଦୃଶ୍ୟମାନ ହେବନାହିଁ । ଭାରତୀୟ ସମୟ ୧୧ଟା ୩୨ମିନିଟ ସମୟରେ ଏହି ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୫ଟା ୩୩ମିନିଟରେ ଶେଷ ହେବ । ଏହି ସମୟରେ ଚନ୍ଦ୍ର, ପୃଥିବୀର ଉପଛାୟାରେ ପ୍ରବେଶ କରିବ । ସେହିପରି ଦିନ ୧୨ଟା ୪୮ରେ ପୃଥିବୀର ଛାୟାରେ ଚନ୍ଦ୍ର ପ୍ରବେଶ କରିବ । ଅପରାହ୍ନ ୨ଟା ୩୨ମିନିଟ୍‌ ସୁଦ୍ଧା ଚନ୍ଦ୍ରର ସର୍ବାଧିକ ୯୭.୪୨% ଭାଗ ପୃଥିବୀ ଛାୟାରେ ପ୍ରବେଶ କରିସାରିଥିବ । ସେହିପରି ଅପରାହ୍ନ ୪ଟା ୧୭ରେ ଚନ୍ଦ୍ର, ପୃଥିବୀର ଛାୟାରୁ ବାହାରିବା ଆରମ୍ଭ କରିବ । ୫ଟା ୩୩ ମିନିଟ୍‌ ସୁଦ୍ଧା ଚନ୍ଦ୍ର, ପୃଥିବୀର ଉପଛାୟାରୁ ସମ୍ପୂର୍ଣ୍ଣ ବାହାରି ସାରିଥିବ ବୋଲି ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି । ଏଥିରେ ଚନ୍ଦ୍ରର ପାଖାପାଖି ୯୭ ପ୍ରତିଶତ ଆଚ୍‌ଛାଦିତ ହେବ ବୋଲି ସୂଚନା ରହିଛି । ଆଂଶିକ ଚନ୍ଦ୍ରଗ୍ରହଣ ହେଉଥିବାରୁ ସୂତକ ଲାଗିବ ନାହିଁ । ଧାର୍ମିକ ଦୃଷ୍ଟିରୁ ଏହାର ସେତେଟା ପ୍ରଭାବ ନଥିଲେ ମଧ୍ୟ ଜ୍ୟୋତିର୍ବିତଙ୍କ ଦୃଷ୍ଟିରୁ ଏହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି ।