୩୬ ଖ୍ରୀଷ୍ଟିଧର୍ମୀ ହିନ୍ଦୁଧର୍ମକୁ ଫେରିଲେ
ନବରଙ୍ଗପୁର, ୧୪/୧(ସକାଳଖବର): ନବରଙ୍ଗପୁରଜିଲା ଅନ୍ତର୍ଗତ ଝରିଗାଁବ୍ଲକର ଫୁଫୁଗାଁ ପଂଚାୟତର ଦୁର୍ଗମ ତାରାକନାଡିଗ୍ରାମର ଏହି ୮ଟି ଖ୍ରୀଷ୍ଟି୍ରୟାନ ପରିବାରଲୋକ ସ୍ୱଇଚ୍ଛାରେ ବୈଦିକ ହିନ୍ଦୁଧର୍ମପ୍ରତି ଆକୃଷ୍ଟ ହୋଇ ସ୍ୱଧର୍ମକୁ ଫେରିଆସିଛନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରାମବାସୀଙ୍କର ପକ୍ଷରୁ ଏକ ସଂସ୍କାରଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମରେ ହୁଳହୁଳି, ଶଙ୍ଖନାଦ ଓ ହରିନାମ ସଂକୀର୍ତନରେ ଗ୍ରାମ ମୁଖରିତ ହୋଇଉଠିଥିଲା । ଏଥିରେ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ଧର୍ମପ୍ରସାର ସଭାପତି ସର୍ବେଶ୍ୱର ତ୍ରିପାଠୀ ଯୋଗଦେଇ ସନାତନ ହିନ୍ଦୁଧର୍ମର ମହାନ ପରମ୍ପରା ଓ ସଂସ୍କୃତି ସଂପର୍କରେ ଅବଗତ କରାଇଥିଲେ । ପୂର୍ବରୁ ହିନ୍ଦୁଧର୍ମରେ ରହିଥିବା ୮ଟି ପରିବାର ଅନ୍ୟ ଧର୍ମଗ୍ରହଣ କରିଥିବାବେଳେ ସେମାନେ ପୁନର୍ବାର ହିନ୍ଦୁଧର୍ମକୁ ଫେରିଆସିଥିବାନେଇ ସ୍ୱାଗତ କରିବା ସହ ଏହି ଘରବାହୁଡାପରିବାରକୁ ସ୍ନେହପୂର୍ଣ୍ଣ ସମ୍ବନ୍ଧ ସ୍ଥାପନ କରାଯିବ ବୋଲି କହିଥିଲେ । ଜୟପୁରର ବରିଷ୍ଠ ସାରସ୍ୱତ ସାଧକ ଡଃ.ଗଙ୍ଗାଧର ନନ୍ଦ ବନବାସୀ ସମାଜ ମୌଳିକ ଚିନ୍ତନ ଓ ପ୍ରଧାରା ହିନ୍ଦୁଧର୍ମର ମହାନତା ଦିଗରେ ଅଧିକ ଆକର୍ଷିତ ହେଉଛି ବୋଲି ଆଶୀର୍ବଚନ ପ୍ରଦାନ କରି କହିଥିଲେ । ଜିଲା ବିଶ୍ୱହିନ୍ଦୁ ପରିଷଦର ଅଧ୍ୟକ୍ଷ ନାରାୟଣ ପଣ୍ଡା ସନାତନ ଧର୍ମହିଁ ଆମସମାଜର ଭାଇଚାରା ରକ୍ଷା କରୁଛି ବୋଲି କହିଥିଲେ । କାର୍ଯ୍ୟକାରୀ ଅଧ୍ୟକ୍ଷ ଭବାନୀଶଙ୍କର ବହିଦାର ମିଶନାରୀ ମାନେ ଆମକୁ ଧାର୍ମିକ ଶୋଷଣ କରୁଥିବା କହି ଏହାର ନିନ୍ଦା କରିଥିଲେ । ଜିଲା ସମ୍ପାଦକ ସୁନୀଲ ବେହେରା ଓ ଜିଲା ହରିଜନ ସମାଜର ସଭାପତି ଅର୍ଜୁନ ସମରଥ ଗରୀବ ଓ ନୀରିହର ସୁଯୋଗ ନେଇ ବନବାସୀ ଓ ହରିଜନପରିବାରକୁ ଧର୍ମାନ୍ତରଣ ଏକ ବିଦେଶୀ ଷଡଯନ୍ତ୍ର ବୋଲି ଅଭିଯୋଗ ଆଣିଥିଲେ । ଏହି କାର୍ଯ୍ୟକ୍ରମରେ ବାବୁ ସରକାର, ଅଞନ ଜେନା, ବଂଶୀଧର ଦାସ ପ୍ରମୂଖ ସହଯୋଗ କରିଥିଲୋ ଏହି ଅବସରରେ ଗ୍ରାମର ପରିବାର ମୁଖିଆ ଦଳସାଇ ସୁନା, ବିଷମ ହରିଜନ, ଅର୍ଜୁନ ହରିଜନ, ସୁଭଦ୍ରା ହରିଜନ, ଭଜନୀରାମ ହରିଜନ, ଧନୀରାମ ହରିଜନ, ଦୈତାରୀ ହରିଜନ, ତ୍ରିନାଥ ହରିଜନ ପ୍ରମୂଖ ଅଦାଲତରେ ସତ୍ୟପାଠ ଦାଖଲପୂର୍ବକ ସପରିବାର ସଂସ୍କାରଯଜ୍ଞ କାର୍ଯ୍ୟକ୍ରମ ଆୟୋଜନ କରି ହିନ୍ଦୁଧର୍ମ ଗ୍ରହଣ କରିଥିବା ଘୋଷଣା କରିଥିଲେ । ପ୍ରଫୁଲ୍ଲ ପାତ୍ର, ଆଇନଜୀବୀ ସନ୍ଦୀପ ପାଣିଗ୍ରାହୀ ମାର୍ଗଦର୍ଶନ କରିଥିଲେ । ପୁରୋହିତ ପ୍ରସନ୍ନ ମହାନ୍ତି ଯଞାଦିକର୍ମ ସଂପନ୍ନ କରିଥିଲୋ ଏଥିରେ ଏହି ଅଂଚଳରୁ ବହୁସଂଖ୍ୟାରେ ସମସ୍ତ ଗ୍ରାମବାସୀ ଯୋଗଦେଇଥିଲେ ।