୨୦୧୯ ପାଇଁ କଂ୍େରଗସର ଅର୍ଥ ଚିନ୍ତା

May 25, 2018 - 10:50
 154
୨୦୧୯ ପାଇଁ କଂ୍େରଗସର ଅର୍ଥ ଚିନ୍ତା
ନୂଆଦିଲ୍ଲୀ,୨୫/୫(ସକାଳଖବର) : ଏକଦା ସାରା ଦେଶକୁ କବଜା କରିଥିବା ଜାତୀୟ କଂଗ୍ରେସ ଦଳ ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛି । ଭୋଟ ବାକ୍ସ ଭଳି ଦଳର ସିନ୍ଧୁକ ବି ଘୁଣ ଖାଇଯାଇଛି । ସ୍ଥିତି ଏମିତି ହୋଇଛିଯେ, ରାଜ୍ୟ କାର୍ଯ୍ୟାଳୟ ପରିଚାଳନା ପାଇଁ ମାସିକିଆ ଅର୍ଥ ବି ପଠା ଯାଇପାରିନାହିଁ । ସେପଟେ ଉଭୟ ଭୋଟ ଓ ଅର୍ଥରେ କାୟା ବିସ୍ତାର କରିସାରିଛି ବିଜେପି । ଏହାର ମୁକାବିଲା କରିବା ଚିନ୍ତାରେ ଏଆଇସିସିର ରକ୍ତଚାପ ବଢ଼ିଯାଇଛି । ତେବେ ଏଭଳି ତିରୋଟ ସ୍ଥିତିରୁ ମୁକୁଳିବା ପାଇଁ କଂଗ୍ରେସ ନୂଆ ଯୋଜନା କରିବାକୁ ଯାଉଛି । କର୍ପୋରେଟ ପାଣ୍ଠି ବଦଳରେ ଦଳ ନିଜ ଅଳିନ୍ଦରୁ ଅର୍ଥ ସଂଗ୍ରହ ପାଇଁ ଚିନ୍ତା କରିଛି । କର୍ମୀ ଓ ନେତାଙ୍କ ଠାରୁ ଦଳ ଅର୍ଥ ସଂଗ୍ରହ କରିବା ପାଇଁ ନୂଆ ଯୋଜନା କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଖୁବଶୀଘ୍ର ଏଆଇସିସି ହାଇକମାଣ୍ଡ ଏନେଇ କର୍ମୀ ଓ ନେତାଙ୍କୁ ଆହ୍ୱାନ ଦେବେବୋଲି କୁହାଯାଉଛି । ମିଳିଥିବା ସୂଚନାନୁସାରେ, ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ କଂଗ୍ରେସର ଚାନ୍ଦା ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି । ଅତୀତରେ କଂଗ୍ରେସ ଶାସନରେ ଥାଉକି ନଥାଉ ଏଭଳି ସ୍ଥିତି କେବେ ଦେଖିବାକୁ ମିଳିନଥିଲା । ସେହିପରି ୨୦୧୪ ପରେ ଅନେକ ହାଇଭୋଲଟେଜ ନିର୍ବାଚନର ମଧ୍ୟ ସାମ୍ନା କରିଛି କଂଗ୍ରେସ । ସେଥିପାଇଁ ବି ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଛି । ଅପରପକ୍ଷରେ ୨୦୧୯ ନିର୍ବାଚନ ପାଇଁ ବର୍ଷକରୁ କମ୍ ସମୟ ବାକି ଥିବାବେଳେ କଂଗ୍ରେସକୁ ପାଣ୍ଠି ଚିନ୍ତା ଘାରିଛି । କଂଗ୍ରେସକୁ ଚାନ୍ଦା ନଦେବା ପାଇଁ ବିଜେପି ପକ୍ଷରୁ କର୍ପୋରେଟ ସଂସ୍ଥାକୁ ତାଗିଦ କରାଯାଇଥିବା କୁହାଯାଉଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସର ଜାତୀୟ ନେତାମାନେ ନୂଆ ଯୋଜନା କରିଛନ୍ତି । ଯେଉଁ ଯେଉଁ ନେତାମାନେ କ୍ଷମତାଶାଳୀ ଓ ବି ଶାଳୀ ସେମାନଙ୍କ ଠାରୁ ମୋଟା ଆକାରର ଚାନ୍ଦା ନେବା ପାଇଁ କଂଗ୍ରେସ ଯୋଜନା କରିଛି । ସେହିପରି ଦୀର୍ଘଦିନ ଧରି କଂଗ୍ରେସ କର୍ମୀମାନଙ୍କ ଠାରୁ ପ୍ରାଥମିକ ସଦସ୍ୟ ଚାନ୍ଦା ମଧ୍ୟ ସଂଗଠିତ ଭାବେ ଆଦାୟ କରିନଥିଲା । କିନ୍ତୁ ଖୁବଶୀଘ୍ର କଂଗ୍ରେସ ପ୍ରାଥମିକ ସଦସ୍ୟ ଚାନ୍ଦା ଆଦାୟ କରିବ । ଯାହାଦ୍ୱାରା ଦଳକୁ ଅର୍ଥ ଆସିବା ସହ ପ୍ରକୃତ କଂଗ୍ରେସ କର୍ମୀଙ୍କ ସଂଖ୍ୟା ମଧ୍ୟ ଜାଣିପାରିବ । କଂଗ୍ରେସ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ପ୍ରତି ରାଜ୍ୟରେ କଂଗ୍ରେସର ଦଶ ପନ୍ଦର ଜଣ ବି ଶାଳୀ ନେତା ଅଛନ୍ତି । ସେହିପରି ମହାରାଷ୍ଟ୍ର ଭଳି ବି ଶାଳୀ ରାଜ୍ୟରେ ବି ଦଳ କ୍ଷମତାସୀନ ରହିଥିଲା । ଅନେକ କଂଗ୍ରେସ ନେତାମାନଙ୍କର ନିଜସ୍ୱ ବାଣିଜି୍ୟକ ଓ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି । ଦଳର ଏଭଳି ସ୍ଥିତିରେ ମୋଟା ଅଙ୍କର ଚାନ୍ଦା ଦେବା ପାଇଁ ଦଳ ପକ୍ଷରୁ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରାଯିବ । କଂଗ୍ରେସ ସରକାର ଅମଳରେ ମଧ୍ୟ ବହୁ ନେତା ନିଜର ବ୍ୟବସାୟିକ ଫାଇଦା ନେଇଥିଲେ । ଏବେ ଦଳ ସେହି ନେତାମାନଙ୍କୁ ଖୋଜିବା ଆରମ୍ଭ କରିଛି । ଯଦି କଂଗ୍ରେସର ବି ଶାଳୀ ନେତା ଦଳକୁ ସ୍ୱେଚ୍ଛାକୃତ ଭାବେ ଅର୍ଥ ଦିଅନ୍ତି ତେବେ ଦଳ ଚଳିତ ବର୍ଷ ଅତିକମ୍ରେ ୫୦୦ କୋଟି ଟଙ୍କା ସଂଗ୍ରହ କରିପାରିବ । ଖାଲି ସେତିକିନୁହେଁ ରାଜ୍ୟର ଦଳୀୟ କାର୍ଯ୍ୟାଳୟ ପରିଚାଳନା ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ପାଇଁ ସ୍ଥାନୀୟ ନେତାମାନଙ୍କୁ କୁହାଯିବ ବୋଲି ଚର୍ଚ୍ଚା ହେଉଛି ।