ଝୁଲଣ ଗୋସ୍ବାମୀଙ୍କ ବାୟୋପିକ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି ଅନୁଷ୍କା ଶର୍ମା, ସାମ୍ନାକୁ ଆସିଲା ଫଟୋ…

Feb 26, 2022 - 05:38
 48
ଝୁଲଣ ଗୋସ୍ବାମୀଙ୍କ ବାୟୋପିକ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି ଅନୁଷ୍କା ଶର୍ମା, ସାମ୍ନାକୁ ଆସିଲା ଫଟୋ…
ମୁମ୍ବାଇ ୨୬।୦୨: କ୍ରିକେଟ୍ ମଇଦାନକୁ ଓହ୍ଲାଇଲେ ବଲିଉଡ୍ ଅଭିନେତ୍ରୀ ତଥା କ୍ରିକେଟର୍ ବିରାଟ୍ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା! ବାସ୍ତବରେ ସେ ଖେଳିବା ପାଇଁ ନୁହେଁ ବରଂ ଅନୁଷ୍କା କିମ୍ବଦନ୍ତୀ ଭାରତୀୟ ମହିଳା କ୍ରିକେଟର୍ ଝୁଲଣ ଗୋସ୍ୱାମୀଙ୍କ ରିୟଲ୍‌ ଷ୍ଟୋରୀକୁ ନେଇ ଆଧାରିତ ଫିଲ୍ମ ‘ଚକଦା ଏକ୍ସପ୍ରେସ’ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହି ଫିଲ୍ମରେ ସେ ଭାରତୀୟ ମହିଳା କ୍ରିକେଟର୍ ଝୁଲଣ ଗୋସ୍ୱାମୀଙ୍କ ଭୂମିକାରେ ନଜର ଆସିବେ। ନିଜକୁ ଝୁଲଣଙ୍କ ଭୂମିକାରେ ଖାପ ଖୁଆଇବା ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି। ଏପରିକି ସେ ନେଟ୍ସରେ ପ୍ରାକ୍ଟିସ୍ ମଧ୍ୟ କରୁଛନ୍ତି। ଏହାର ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଭାରତୀୟ ମହିଳା କ୍ରିକେଟ୍ ପେସ୍ ବୋଲର ଝୁଲଣଙ୍କ ପରି ପରଫେକ୍ଟ ବୋଲିଂ ସ୍କିଲ୍ସ ପାଇଁ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛ। ଅନୁଷ୍କାଙ୍କର ଏହି ପୋଷ୍ଟରେ ଝୁଲଣ ଗୋସ୍ବାମୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଝୁଲଣ ଲେଖିଛନ୍ତି, ବହୁତ ବଢ଼ିଆ। ଏହାବ୍ୟତୀତ ନୀନା ଗୁପ୍ତା ମଧ୍ୟ ଅନୁଷ୍କାଙ୍କ ପୋଷ୍ଟରେ କମେଣ୍ଟ ଦେଇଛନ୍ତି। ବିରାଟ୍ କୋହଲିଙ୍କର ଜଣେ ଫ୍ୟାନ୍ ପ୍ରତିକ୍ରିୟା ଦେଇ କହିଛନ୍ତି, ଭଉଣୀ ୨-୩ ଓଭର ଭାଇଙ୍କ ସହ ଖେଳିନିଅ, ଭଲ ପ୍ରାକ୍ଟିସ୍ ହୋଇଯିବ। ଫ୍ୟାନ୍ସମାନେ ମଧ୍ୟ ଅନୁଷ୍କାଙ୍କୁ ଏହି ଫିଲ୍ମ ପାଇଁ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି।