୧୫ରୁ ୨୨ ମଧ୍ୟରେ କାଳିଆ ଟଙ୍କା

Feb 13, 2019 - 05:20
 211
୧୫ରୁ ୨୨ ମଧ୍ୟରେ କାଳିଆ ଟଙ୍କା
ଭୁବନେଶ୍ୱର, ୧୨/୨(ସକାଳଖବର): ଆସନ୍ତା ୧୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଯୋଜନା ଟଙ୍କା ମିଳିବ । ପ୍ରଥମ ଦଫାରେ ୪ ଲକ୍ଷ ଭୂମିହୀନ ଚାଷୀଙ୍କ ଆକାଉଂଟକୁ ଡିବିଟି ମାଧ୍ୟମରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ସେହିପରି ଆସନ୍ତା ୨୨ ତାରିଖରେ ୧୪ ଲକ୍ଷ କ୍ଷୂଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନା ଟଙ୍କା ଦିଆଯିବ । ଏସମ୍ପର୍କରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । ଭୂମିହୀନ କୃଷି ଶ୍ରମିକ, କ୍ଷୁଦ୍ର ଓ ନାମମାତ୍ର ·ଷୀମାନଙ୍କୁ କାଳିଆ ଯୋଜନାରେ ସହାୟତା ପାଇଁ ପ୍ରଶାସନିକ ପ୍ରସ୍ତୁତି ବ୍ୟାପକ କରାଯାଇଛି । ଏଥିପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ରାଜ୍ୟସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ମିଳିଥିବା ଦରଖାସ୍ତ ଗୁଡିକର ଯାଂଚ୍ ପ୍ରକ୍ରିୟା ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ହିତାଧିକାରୀ ତାଲିକା ଚୁଡାନ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଓ ଜିଲ୍ଲାପାଳ ମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ହିତାଧିକାରୀ ମାନଙ୍କର ଉପଯୁକ୍ତତା ଏବଂ ବ୍ୟାଙ୍କ୍ ଆକାଉଂଟ୍ ଆଦି ସଠିକ୍ କରି ଚଳିତ ମାସ ମଧ୍ୟରେ କୃଷି ଶ୍ରମିକ ଏବଂ କ୍ଷୁଦ୍ର ଓ ନାମମାତ୍ର ·ଷୀମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ପାଢ଼ୀ ନିଦେ୍ର୍ଧଶ ଦେଇଥିଲେ । ଭୂମିହୀନ କୃଷି ଶ୍ରମିକ ମାନଙ୍କୁ ଜିବୀକା ନିର୍ବାହର ବିଭିନ୍ନ ଉପାୟ ଓ କୌଶଳ ବିଷୟରେ ସଚେତନତା କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ କୃଷି ଓ ଅ ।ନୁସଂଗିକ ସେକ୍ଟର ସହ ଜଡିତ ବିଭାଗ ମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଆର୍ଥିକ ସହାୟତା ସହ ପଂ·ୟତ ସ୍ତରରେ ଜିବୀକା ସଚେତନତା ଶିବିର ମାନ ଆୟୋଜନ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ଏହି ଯୋଜନାର ସଫଳ କାର୍ଯ୍ୟର୍ାନ୍ୱୟନ ପାଇଁ କୃଷି, ମସô୍ୟ ଓ ପଶୁପାଳନ, ଉଦ୍ୟାନ ·ଷ, ଜଳସଂପଦ ଏବଂ ସମବାୟ ବିଭାଗମାନେ କ୍ଷେତ୍ରସ୍ତରରେ ସମ୍ମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଉନ୍ନୟନ କମିଶନର ଶ୍ରୀ ଅସିତ୍ କୁମାର ତ୍ରିପାଠୀ ନିଦେ୍ର୍ଧଶ ଦେଇଥିଲେ । ବୈଠକ ପରେ ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ କହିଥିଲେ ଯେ ଭୂମିହୀନ କୃଷି ଶ୍ରମିକ ମାନଙ୍କ ବିଷୟରେ ମିଳିଥିବା ଦରଖାସ୍ତ ଓ ସୂଚନା ଗୁଡିକର ସଠିକତା ଯାଂଚ୍ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୪ରୁ ୫ଲକ୍ଷ ହିତାଧିକାରୀଙ୍କୁ ୫ ହଜାର ଲେଖାଏଁ ଟଙ୍କା ଚଳିତ ମାସ ୧୫ ତାରିଖଠାରୁ ଆବଂଟନ କରାଯିବ । ପରବର୍ତୀ ଦୁଇଟି ପର୍ଯ୍ୟାୟରେ ସେମାନଙ୍କୁ ଅବଶିଷ୍ଟ ସହାୟତା ରାଶି ଦିଆଯିବ । ପ୍ରତି ହିତାଧିକାରୀ ସମୁଦାୟ ୧୨,୫୦୦ ଟଙ୍କା ପାଇବେ । ସେହିପରି କ୍ଷୁଦ୍ର ଓ ନାମମାତ୍ର ·ଷୀଙ୍କୁ ମଧ୍ୟ ଚଳିତ ମାସ ୨୨ ତାରିଖଠାରୁ ସହାୟତା ଯୋଗାଇ ଦିଆଯିବ । ଏଥିରେ ପ୍ରାୟ ୧୩ ରୁ ୧୪ ଲକ୍ଷ କୃଷକ ସହାୟତା ପାଇବେ ବୋଲି ଶ୍ରୀ ଗର୍ଗ କହିଥିଲେ ।