ୟୁକ୍ରେନ୍‌ର ବୈଦେଶିକ ମନ୍ତ୍ରୀଙ୍କ ବଡ ବୟାନ୍‌, କହିଲେ- ଜବାବ୍‌ ଦେବାର ସମୟ ଆସିଛି, ବିଜୟ ଆମର…

Feb 24, 2022 - 05:33
 50
ୟୁକ୍ରେନ୍‌ର ବୈଦେଶିକ ମନ୍ତ୍ରୀଙ୍କ ବଡ ବୟାନ୍‌, କହିଲେ- ଜବାବ୍‌ ଦେବାର ସମୟ ଆସିଛି, ବିଜୟ ଆମର…
ନୂଆଦିଲ୍ଳୀ ୨୪।୦୨ : ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ୟୁକ୍ରେନକୁ ଘେରି ରହିଛନ୍ତି ୨ଲକ୍ଷ ଋଷ ସେନା । ତିକ୍ତତା ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ୟୁକ୍ରେନର ରାଜଧାନୀ କିବ୍‌ରେ ଅନେକ ବିସ୍ଫୋରଣ ଶୁଣିବାକୁ ମିଳୁଛି । କ୍ରେମଟୋରସ୍କ ଏବଂ ୟୁକ୍ରେନର ତୃତୀୟ ବୃହତ୍ତମ ସହର ଓଡେସାରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ଯାହା ଘଟଣାରେ କେହି ହସ୍ତକ୍ଷେପ କଲେ ପରିଣାମ ଭୋଗିବ ବୋଲି ପୁଟିନ ଚେତବାନୀ ଦେଇଛନ୍ତି ।ଏଥିସହ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଏକ ବିବୃତ୍ତିରେ କହିଛନ୍ତି ଯେ ଋଷିଆ ୟୁକ୍ରେନ ଉପରେ ସମ୍ପୂର୍ଣ୍ଣ ଆକ୍ରମଣ କରିଛି ଏବଂ ଏହାର ଜବାବ ଦେବାର ସମୟ ଆସିଛି। ଏହା ସହ କହିଛନ୍ତି ଆମର ହିଁ ବିଜୟ ହେବ । ଏହା ବ୍ୟତୀତ ଦିମିତ୍ରୋ କୁଲେବା କହିଛନ୍ତି ଯେ ପୁଟିନ ୟୁକ୍ରେନ ଉପରେ ସମ୍ପୂର୍ଣ୍ଣ ଆକ୍ରମଣ ଆରମ୍ଭ କରିଛନ୍ତି। ୟୁକ୍ରେନର ଶାନ୍ତିପୂର୍ଣ୍ଣ ସହର ଗୁଡ଼ିକ ଆକ୍ରମଣର ଶିକାର ହେଉଛି। ସେ କହିଛନ୍ତି ଯେ ଏହା ଏକ ଆକ୍ରୋଶର ଯୁଦ୍ଧ ଯେଉଁଥିରେ ୟୁକ୍ରେନ ଜିତିବା ସହିତ ନିଜକୁ ରକ୍ଷା ମଧ୍ୟ କରିବ। ପୁରା ଦୁନିଆ ଚାହିଁଲେ ପୁଟିନକୁ ରୋକି ପାରିବ ଏବଂ ଏଭଳି ପଦକ୍ଷେପ ମଧ୍ୟ ନିଆଯିବା ଉଚିତ। କିନ୍ତୁ ବର୍ତ୍ତମାନ ଉଚିତ୍‌ ଜବାବ୍‌ ଦେବାର ସମୟ ଆସିଛି। ହେଲେ ଏହାକୁ ନେଇ ପୁଟିନ କହିଛନ୍ତି କି ଯିଏ ଆମ ସହିତ ହସ୍ତକ୍ଷେପ କରିବାକୁ କିମ୍ବା ଆମ ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରିବ, ସେ ଜାଣିବା ଉଚିତ ବହୁତ ବଡ ପରିଣାମ ଭୋଗିବ ।