ହୋଲିରେ ବର୍ଷା ସମ୍ଭାବନା

Mar 5, 2023 - 06:40
 31
ହୋଲିରେ ବର୍ଷା ସମ୍ଭାବନା
ନୂଆଦିଲ୍ଲୀ : ହୋଲିରେ ବର୍ଷା ସମ୍ଭାବନା ରହିଛି । ଆଇଏମଡି ଅନୁସାରେ ୭ ମାର୍ଚ୍ଚରେ ପଶ୍ଚିମ ମଧ୍ୟ ପ୍ରଦେଶ, ବିଦର୍ଭ, ଉତ୍ତର ମଧ୍ୟ ମହାରାଷ୍ଟ୍ର ଏବଂ ମରାଠବାଡାରେ ବର୍ଷା ହେବା ସହ ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଗାମୀ ୨ ଦିନରେ ଉତ୍ତର ପଶ୍ଚିମ ଭାରତରେ ବର୍ଷା ସହ ୨୦-୩୦ କିମି ପ୍ରତି ଘଣ୍ଟା ପବନ ବହିବା ସମ୍ଭାବନା ରହିଛି । ଆଇଏମଡି ଝାରଖଣ୍ଡ, ଗଙ୍ଗୀୟ ପଶ୍ଚିମବଙ୍ଗ ଏବଂ ଓଡିଶାରେ ମଧ୍ୟ ଅନେକ ସ୍ଥାନରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି । ଯଦିଓ ରାଜସ୍ଥାନ, ପଶ୍ଚିମ ମଧ୍ୟ ପ୍ରଦେଶ, ଗୁଜରାତ, ମରାଠୱାଡା ଏବଂ ମଧ୍ୟ ମହାରାଷ୍ଟ୍ରରେ ଅଲଗା ଅଲଗା ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଓଡ଼ିଶାରେ ଆହୁରୀ କଲବଲ କରିବ ତାତି। ରାଜ୍ୟରେ ବଢ଼ିବ ତାପମାତ୍ର। ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ୭ ଓ ୮ ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ବିଭାଗ ଆକଳନ କରିଛି ।