ହିନ୍ଦୁଙ୍କ କାଶ୍ମୀର ଉପତ୍ୟକାକୁ ଫେରିବା ଯୋଜନାକୁ ଗିଲାନୀ ଓ ମେହବୁବାଙ୍କ ବିରୋଧ

Jul 19, 2019 - 18:00
 114
ଶ୍ରୀନଗର, ୧୯/୭(ସକାଳକବର): କାଶ୍ମୀରୀ ପଣ୍ଡିତ ମାନଙ୍କୁ ପୁଣି ଥରେ କାଶ୍ମୀର ଉପତ୍ୟକାକୁ ଫେରାଇ ନେବା ପାଇଁ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ପୁନର୍ବାସ କଲୋନୀକୁ ଜାମ୍ମୁ କାଶ୍ମୀରର ହୁରିୟତ ନେତା ସୟେଦ ଅଲି ଶାହ ଗିଲାନୀ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ ସେ କଶ୍ମୀରୀ ପଣ୍ଡିତ ମାନଙ୍କର ଫେରିବାକୁ ସ୍ୱାଗତ କରିବେ ହେଲେ ତାଙ୍କ ପାଇଁ ଅଲଗା ପୁନର୍ବାସ କଲୋନୀର ଯୋଜନାକୁ ସେ ବିରୋଧ କରିବେ । ଏହା ସାମାଜିକ ଓ ସାଂସ୍କୃତିକ ଭାତୃତ୍ୱଭାବର ବିରୋଧୀ ବୋଲି ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା କାଶ୍ମୀରୀ ପଣ୍ଡିତ ମାନଙ୍କର ପାଇଁ ପୁନର୍ବାସ କଲୋନୀ ଯୋଜନା ବିଛିନ୍ନତାବାଦୀ ମାନଙ୍କୁ କଷ୍ଟ ଦେଉଛି । ସେମାନେ ଗୋଟିଏ ପଟେ କାଶ୍ମୀରୀ ପଣ୍ଡିତ ମାନଙ୍କର ଫେରିବାକୁ ସ୍ୱାଗତ କରୁଛନ୍ତି ହେଲେ ପୁନର୍ବାସ ଯୋଜନା ତାଙ୍କୁ ଭଲ ଲାଗୁନାହିଁ । ଅନ୍ୟ ପକ୍ଷରେ ମେହବୁବା ମୁଫତି ମଧ୍ୟ ଗିଲାନୀଙ୍କ ବକ୍ତବ୍ୟକୁ ସମର୍ଥନ ଦେଇଛନ୍ତି ।