ହାଇକୋର୍ଟର ରାୟକୁ କାଏମ ରଖିଲା ସୁପ୍ରିମକୋର୍ଟ

Sep 28, 2018 - 11:51
 202
ହାଇକୋର୍ଟର ରାୟକୁ କାଏମ ରଖିଲା ସୁପ୍ରିମକୋର୍ଟ
ଭୁବନେଶ୍ୱର ୨୮/୯ (ସକାଳଖବର):: ପୌର ନିର୍ବାଚନ ଆସନ ସଂରକ୍ଷଣ ମାମଲାରେ ରାଜ୍ୟ ସରକାରଙ୍କୁ ଆଜି ଜୋରଦାର ଝଟ୍‌କା ଲାଗିଛି ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । ଏହା ରାଜ୍ୟ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ପକ୍ଷରୁ ଖାରଜ କରି ଦିଆଯାଇଛି । ମୋଟ୍ ସଂରକ୍ଷଣ ୫୦%ରୁ ଅଧିକ ହୋଇ ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦେଶ ଦେଇଥିବା ବେଳେ ରାଜ୍ୟ ସରକାର ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବରସ୍ତ ହୋଇଥିଲେ। ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ପୌର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ହାଇକୋର୍ଟ କହିଥିଲେ । ରାଜ୍ୟ ସରକାର ଏହି ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ରାଜ୍ୟ ସରକାରଙ୍କୁ ନିରାଶ ହେବାକୁ ପଡ଼ିଛି । ସୁପ୍ରିମକୋର୍ଟର ବିଚାରପତି ୟୁ ୟୁ ଲଳିତ ଓ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ କହିଛନ୍ତି ଖଣ୍ଡପୀଠ ମାମଲାର ଶୁଣାଣୀ କରି ହାଇକୋର୍ଟ ଦେଇଥିବା ରାୟକୁ କାୟମ ରଖିଛନ୍ତି । ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନରେ ସମୂଦାୟ ସଂରକ୍ଷଣ ୬୬ ପ୍ରତିଶତ ରହିଛି । ଏହା ୨୦୧୦ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉଲ୍ଲଘଂନ କରୁଥିବା ନେଇ ହାଇକୋର୍ଟରେ ୧୦୦ଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ।