ହାଇକୋର୍ଟ ସମେତ ନିମ୍ନ ଅଦାଲତରେ କାର୍ଯ୍ୟବନ୍ଦ ଆନେ୍ଦାଳନ

Aug 29, 2018 - 14:44
 183
ହାଇକୋର୍ଟ ସମେତ ନିମ୍ନ ଅଦାଲତରେ କାର୍ଯ୍ୟବନ୍ଦ ଆନେ୍ଦାଳନ
କଟକ,୨୯ା୮(ସକାଳଖବର): ହାଇକୋର୍ଟର ଜଣେ ଆଇନଜୀବୀଙ୍କୁ ପୁଲିସ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରି ବୁଧବାର ହାଇକୋର୍ଟ ବାର ଆସୋସିଏସନ ସମେତ ଅନ୍ୟାନ୍ୟ ବାର ପକ୍ଷରୁ କାର୍ଯ୍ୟବନ୍ଦ ଆନେ୍ଦାଳନ ଆରମ୍ଭ ହୋଇଛି । ଏହି ଆନେ୍ଦାଳନ ଆସନ୍ତାକାଲି ଯାଏଁ ଚାଲିବାର ଥିବାବେଳେ ଆଇନଜୀବୀଙ୍କ ଏକ ପ୍ରତିନିଧି ଦଳ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରି ଉକ୍ତ ଘଟଣା ସଂପର୍କରେ ଅବଗତ କରାଇଛନ୍ତି । ତେବେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଆସନ୍ତାକାଲି ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ବସିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତ ନିଆଯିବ ବୋଲି ହାଇକୋର୍ଟ ବାର ଆସୋସିଏସନ ସଂପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି । ତେବେ ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ କୁମାର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାର ସଂପାଦକ ସତ୍ୟବ୍ରତ ମହାନ୍ତି, ଉପ ସଭାପତି ବଂଶୀଧର ଶତପଥୀ, ଯୁଗ୍ମ ସଂପାଦକ ରଞ୍ଜନ ନାୟକ, ପ୍ରଦୀପ କୁମାର ମହାନ୍ତି, ସୁରେଶ କୁମାର ଜେନା, ସୁଲୋଚନା ପାତ୍ର, ପୃଥିବୀ ରାଜ, ସୁମିତ ଶେଖର ପଟ୍ଟନାୟକ, ସରୋଜକାନ୍ତ ମଣ୍ଡଳ, ଅଧିରାଜ ମହାନ୍ତି, ମଳୟ ରଞ୍ଜନ ବେହେରା, ବୀଣାପାଣି ତ୍ରିପାଠୀ, ଶିଶିର ଚନ୍ଦ୍ର ଦାଶ, ସତ୍ୟନାରାୟଣ ମିଶ୍ର ଓ କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ, ସଂପାଦକ ନରେଶ ଚନ୍ଦ୍ର ଜେନା, କ୍ରିମିନାଲ କୋର୍ଟ୍ସ ବାର ଆସୋସିଏସନ ସଭାପତି ଅକ୍ଷୟ କୁମାର ପତି, ସଂପାଦକ ପ୍ରଦୀପ କୁମାର ପରିଡ଼ା ପ୍ରମୁଖ ବହୁ ଆଇନଜୀବୀ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଏହି ମାଡ଼ର ପ୍ରତିବାଦରେ ଆଇନଜୀବୀମାନଙ୍କ ପକ୍ଷରୁ ହାଇକୋର୍ଟ ଛକରେ ଟାୟାର ଜଳାଯାଇଥିବାବେଳେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ(ଆରଡିସି) କାର୍ଯ୍ୟାଳୟ ପାଚେରୀ ପାଶ୍ୱର୍ରେ ପୁଲିସର ଏକ ପିସିଆର ଭ୍ୟାନ ଜଳୁଥିବା ଦେଖିବା ପାଇଁ ମିଳିଥିଲା । ତେବେ ଏହି ଭ୍ୟାନକୁ କିଏ ପୋଡିଲା ତାହା ସ୍ପଷ୍ଟ ହୋଇନଥିବାବେଳେ ଆଇନଜୀବୀଙ୍କ ଆନେ୍ଦାଳନର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଏଭଳି କାର୍ଯ୍ୟ କରିଥାଇପାରନ୍ତି ବୋଲି କଟକ ବାର ଆସୋସିଏସନ ସଂପାଦକ ନରେଶ ଚନ୍ଦ୍ର ଜେନା କହିଛନ୍ତି । ଅନ୍ୟପକ୍ଷରେ କଟକ ସିଭିଲ୍ ବାର୍ ଆସୋସିଏସନ୍, କ୍ରିମିନାଲ୍ କୋର୍ଟସ୍ ବାର୍ ଆସୋସିଏସନ୍, ସ୍ୟାଟ୍ ବାର୍ ଆସୋସିଏସନ୍, ଡେବ୍ଟ ରିକୋଭରୀ ଟ୍ରିବୁ୍ୟନାଲ୍ ସଂଘ ପକ୍ଷରୁ ଏହି ଘଟଣାକୁ ଦୃଢ ନିନ୍ଦା କରାଯାଇଛି । ସୂଚନାଯୋଗ୍ୟ ଗତକାଲି ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ସହ ପୁଲିସର ଯୁକ୍ତିତର୍କ ହୋଇଥିଲା । ଏହାପରେ ପୁଲିସ ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଏହାର ପ୍ରତିବାଦରେ ଆଇନଜୀବୀମାନେ ସମବେତ ହୋଇ ଚାଉଳିଆଗଞ୍ଜ ଥାନାକୁ ଘେରାଉ କରିଥିଲେ । ଆସନ୍ତାକାଲି ରାଜ୍ୟର ସମସ୍ତ ଅଦାଲତରେ କାର୍ଯ୍ୟ ବନ୍ଦ ରଖିବା ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସମସ୍ତ ଆଇନଜୀବୀଙ୍କୁ ଆହ୍ୱାନ ଦେଇଛନ୍ତି ।