ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍

Mar 30, 2019 - 05:26
 221
ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍
ବାରିପଦା, ୨୯/୩(ସକାଳଖବର): ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଡ଼ଃ. ଭି. ସୁଜାତା ଆଜି ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ରବୀନ୍ଦ୍ର ବିନ୍ଧାଣି(୪୪) ଓ ରବୀନ୍ଦ୍ରର ପୁତୁରା ତଥା ଲକ୍ଷ୍ମୀଧର ବିନ୍ଧାଣିଙ୍କ ପୁଅ କାହ୍ନୁୁ ଓରଫ କୃଷ୍ଣଚନ୍ଦ୍ର ବିନ୍ଧାଣି(୨୬)ଙ୍କୁ ଦୋଷୀ ସାବ୍ୟସ୍ତ କରାଇ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୦୨ରେ ଆଜୀବନ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଛନ୍ତି । ଏଥିସହିତ ୫ ହଜାର ଟଙ୍କା ଅର୍ଥଦଣ୍ଡ ଓ ଏହା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ଉଭୟଙ୍କୁ ଆଇପିସି ଧାରା ୪୫୨/୩୪ରେ ୨ ବର୍ଷ ସଶ୍ରମ କାରାଦଣ୍ଡ, ୧ ହଜାର ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ ୨ମାସ ସଶ୍ରମ କାରାଦଣ୍ଡ ଏବଂ ରବୀନ୍ଦ୍ର ବିନ୍ଧାଣିଙ୍କୁ ଆଇପିସି ଧାରା ୩୦୭ରେ ୫ ବର୍ଷ ସଶ୍ରମ କାରାଦଣ୍ଡ, ୧ହଜାର ଟଙ୍କା ଅର୍ଥଦଣ୍ଡ ଓ ଅନାଦେୟରେ ଅଧିକ ୨ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ଏବଂ ଏହି ସମସ୍ତ ଦଣ୍ଡ ବିଧାନ ଏକକାଳୀନ ଲାଗୁ ହେବ ବୋଲି ରାୟରେ ଦର୍ଶାଯାଇଛି । ତେଣୁ ରବୀନ୍ଦ୍ର ଆଜୀବନ କାରାଦଣ୍ଡ କଟାଇବା ସହ ୭ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ନଚେତ ୧୦ ମାସ ଅଧିକ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ । ସେହିପରି କୃଷ୍ଣଚନ୍ଦ୍ର ୬ ହଜାର ଜୋରିମାନା ଟଙ୍କା ଜମା କରିନପାରିଲେ ଅଧିକ ୮ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ।