କମିଲା ବସ୍ ଭଡା

Dec 12, 2018 - 18:55
 194
କମିଲା ବସ୍ ଭଡା
ଭୁବନେଶ୍ୱର, ୧୨/୧୨(ସକାଳଖବର): ଡିଜେଲ ଦର ହ୍ରାସ ପାଇବା ପରେ ପୁଣି ଥରେ ବସ୍ ଭଡା କମାଇଛନ୍ତି ରାଜ୍ୟ ସରକାର । ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡା କିମି ପିଛା ୨ ପଇସା କମିଥିବା ବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍ ଭଡ଼ା କିମି ପିଛା ୪ ପଇସା କମିଛି । ଏନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଅର୍ଡିନାରୀ ବସ୍ ଭଡା କିମି ପିଛା ୭୦ ପଇସା ଥିଲାବେଳେ ବର୍ତମାନ ଏହା ୬୮ ପଇସାକୁ ହା୍ରସ ପାଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପ୍ରତି ୭୩ ପଇସାରୁ ୭୧ ପଇସାକୁ , ଡିଲକ୍ସ ବସ୍ ଭଡ଼ା କିମି ପିଛା ୧ ଟଙ୍କା ୧ ପଇସାରୁ ୯୭ ପଇସାକୁ ଏବଂ ଏସି ଡିଲକ୍ସ ବସ୍ ଭଡା କିମି ପିଛା ୧ ଟଙ୍କା୨୩ ପଇସାରୁ ୧ ଟଙ୍କା ୧୯ ପଇସାକୁ ହା୍ରସ ପାଇଛି । ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ୨୮ ତାରିଖରେ ମଧ୍ୟ ରାଜ୍ୟ ସରକାର ବସ୍ ଭଡା ୨ ଓ ୪ ପଇସା ଲେଖାଏଁ ହ୍ରାସ କରିଥିଲେ । ବର୍ତମାନ ରାଜ୍ୟରେ ପ୍ରାୟ ୧୭ ହଜାର ଘରୋଇ ବସ ·ଲୁଛି । ଏଥିରୁ ଅଡିନାରୀ ବସ ସଂଖ୍ୟା ପ୍ରାୟ ୮ ହଜାର ହୋଇଥିବା ବେଳେ ଏକ୍ସପ୍ରେସ ବସ୍ ସଂଖ୍ୟା ହେଉଛି ପାଖାପାଖି ୬୦୦୦ । ସେହିଭଳି ରାଜ୍ୟରେ ପ୍ରାୟ ୨୦୦୦ ଡିଲକ୍ସ ବସ୍ ·ଲୁଥିବା ବେଳେ ପାଖାପାଖି ୧୦୦୦ ଏସି ଡିଲକ୍ସ ·ଲୁଛି ।