ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

Mar 17, 2022 - 07:32
 46
ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ
ଝାରସୁଗୁଡା ୧୭।୦୩ : ମଦ୍ୟପ ଉନ୍ମତ୍ତକାଣ୍ଡ । ସ୍ୱାମୀରମାଡ଼ରେ ସ୍ତ୍ରୀ ମୃତ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକଙ୍କ ନାମ ପଙ୍କଜିନୀ ନାଏକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ସ୍ୱାମୀ ରମେଶ ମଦ୍ୟପାନ କରି ଘରକୁ ଆସିଥିଲା । ସ୍ତ୍ରୀ ପଙ୍କଜିନୀଙ୍କୁ ଟଙ୍କା ମାଗିଥାଏ। କିନ୍ତୁ ସ୍ତ୍ରୀ ଟଙ୍କା ନଦେବାରୁ ଅଧିକାଂଶ ସମୟ ଝଗଡ଼ା ଲାଗୁଥିଲା । ଏହିକ୍ରମରେ ବୁଧବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟ ବଚସା ହୋଇଥିଲା । ଏଥିରେ ରମେଶ ରାଗିଯାଇ ଘରେ ପଡିଥିବା ଏକ ବାଡ଼ିରେ ପିଟି ପିଟି ହତ୍ୟା କରିଛି । ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏପିରିକି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।