ସ୍କାଉଟ ଗାଇଡ଼ ଦ୍ୱାରା ପାନୀୟ ଜଳ ଯୋଗାଣ

Sep 3, 2018 - 19:41
 204
ଅନୁଗୋଳ୩/୯ (ସକାଳଖବର): ବଅଁରପାଳ ବ୍ଲକ ଅନ୍ତର୍ଗତ ଜରଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’କାଲୁଣୀ ଠାକୁରାଣୀଙ୍କ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଯାଇଛି । ବିଧି ଅନୁସାରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପୀଠର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହି ଅବସରରେ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଛାତ୍ର ମାନଙ୍କ ଦ୍ୱାରା ପାନୀୟଜଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଯୁବନେତା ଅଗସ୍ତି ବେହେରା ଉଦଘାଟନ କରିବା ସହିତ ସ୍କାଉଟ ଛାତ୍ରଙ୍କ ଏଭଳି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହିତ ଏଭଳି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହିତ ଏଭଳି କାର୍ଯ୍ୟ ବଜାୟ ରଖିବା ପାଇଁ ଉତ୍ସାହିତ କରିଥିଲେ । ସ୍କାଉଟ ଶିକ୍ଷକ ମନୋଜ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍କାଉଟ ଛାତ୍ର, ପ୍ରଧାନ ଶିକ୍ଷକ ବିନୋଦ କୁମାର ସାହୁ, ସହକାରୀ ଶିକ୍ଷକ ତରଣୀସେନ ସାହୁ, ଦୁଷ୍ମନ୍ତ କୁମାର ଦାଶ, ବିରେନ୍ଦ୍ର ଭୂଷଣ ଦାଶ, କର୍ମଚାରୀ ହେମନ୍ତ କୁମାର ପ୍ରଧାନ, ଅବନୀ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ସ୍କାଉଟ ଛାତ୍ରଙ୍କ ଏଭଳି କାର୍ଯ୍ୟକୁ ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନେ ଉଚ୍ଚ ପ୍ରଶଂସା କରିଥିଲେ ।