ଭୁବନେଶ୍ୱରରେ ପୁଣି ଉପରମୁହାଁ କରୋନା ସଂକ୍ରମଣ

Oct 7, 2021 - 09:16
 58
ଭୁବନେଶ୍ୱରରେ ପୁଣି ଉପରମୁହାଁ କରୋନା ସଂକ୍ରମଣ
ଭୁବନେଶ୍ୱଣ: ଦିନକୁ ଦିନ କରୋନାର ଦ୍ୱିତୀୟ ଲହର କମୁଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଡିଏମିଟି ସିବିକେ ମହାନ୍ତି କହିଛିନ୍ତି ଯେ ଗତ କିଛି ଦିନ ହେବ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପର ତଳ ହେଉଛି । ତେବେ ଯେଉଁ ଅଞ୍ଚଳରେ ସଂକ୍ରମଣ ବଢିବ, ସେଠାରେ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରାଯିବ । ତେବେ ଗତକାଲି ଫରେଷ୍ଟପାର୍କ ଅଞ୍ଚଳର ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟରୁ ଅଧିକ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଏହି ଅଞ୍ଚଳକୁ କଣ୍ଟଣ୍ଟମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଏହି ଆପାର୍ଟମେରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ରହୁଥିବା ଫ୍ଲୋରକୁ ସିଲ୍ କରାଯାଇଥିଲା । ତେବେ ଏଠାରେ ରହୁଥିବା ଲୋକମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇଦେବାକୁ ବିଏମସି ପକ୍ଷରୁ କୁହାଯାଇଥିଲା ।