ଧର୍ମେନ୍ଦ୍ରଙ୍କ ନାମରେ ସାଂସଦ ରାମଚନ୍ଦ୍ରଙ୍କ ମାମଲା

Jan 21, 2019 - 17:29
 175
ଧର୍ମେନ୍ଦ୍ରଙ୍କ ନାମରେ  ସାଂସଦ ରାମଚନ୍ଦ୍ରଙ୍କ ମାମଲା
ବାରିପଦା, ୨୧/୧(ସକାଳଖବର): ମୟୂରଭଞ୍ଜ ଲୋକସଭା ସାଂସଦ ଇଂ. ରାମଚନ୍ଦ୍ର ହାଁସଦାଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ୍ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସଙ୍ଗିନ ଆରୋପ ଆଣିଛନ୍ତି । ତଦନୁଯାୟୀ ଆଜି କେନ୍ଦ୍ରମନ୍ତ୍ରୀଙ୍କ ନାମରେ ବାରିପଦା ଜିଲ୍ଲା ଓ ଦୌରାଜଜ୍ ଙ୍କ ଅଦାଲତରେ ୧.ସି.ସି. ନଂ-୧/୨୦୧୯ରେ ଆଦିବାସୀ ନିରୋଧ ଆଇନ ୧୯୮୯ ଏବଂ ଭାରତୀୟ ପେନାଲ କୋଡର଼୍ ଧାରା ୪୯୯/ ୫୦୦/ ୫୦୪ ଓ ୧୯୬୦ ଅନୁସାରେ ମାମଲା ଗୃହୀତ ହୋଇଛି । ଏଥି ସହିତ ଉକ୍ତ ମାମଲାରେ ତଦନ୍ତ କରିବା ନିମନ୍ତେ ଅଦାଲତ ପକ୍ଷରୁ ପୁଲିସକୁ ନିଦେ୍ର୍ଧଶ ଦିଆଯାଇଛି ବୋଲି ସାଂସଦ ଇଂ. ହାଁସଦାଃଙ୍କ ଓକିଲ ପ୍ରଦୀପ ରଥ ସୂଚନା ଦେଇଛନ୍ତି । ସାଂସଦ ଇଂ. ହାଁସଦାଃଙ୍କ ଅଭିଯୋଗ ଆଧାରରେ ଗତ ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ମୋଦି ବାରିପଦା ପୁଲିସ ହାଇସ୍କୁଲ ପଡ଼ିଆରେ ଏକ ସରକାରୀ କାର୍ଯ୍ୟକ୍ରମ ସହିତ ବାରିପଦା ଛଉପଡ଼ିଆ ଠାରେ ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । ଉକ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଂ ହାଁସଦାଃଙ୍କୁ ନିମନ୍ତ୍ରଣ ପତ୍ର ପଠାଇଥିବାରୁ ସେ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମାତ୍ର ବିଜେପିର ଦଳୀୟ ସଭାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଜାଣିଶୁଣି ଭାଷଣରେ ମୟୂରଭଞ୍ଜ ଲୋକସଭା(ସଂ) ସାଂସଦ ଶ୍ରୀ ହାଁସଦାଃଙ୍କୁ ଦୁର୍ନୀତିଗ୍ରସ୍ତ ସାଂସଦ ଭାବେ ଚିତ୍ରଣ କରିବା ସଂଗେସଂଗେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରତି କଟୁ ଶବ୍ଦ ପ୍ରୟୋଗ କରିଥିଲେ; ଯାହା ତାଙ୍କର ସ୍ୱାଭିମାନ, ସମ୍ମାନ, ପଦମର୍ଯ୍ୟାଦାକୁ ହାନି ପହଁଚାଇଛି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଜଣେ ଦାୟିତ୍ୱ ସମ୍ପନ୍ନ ସାଂସଦ ତଥା ମନ୍ତ୍ରୀ ହୋଇଥିବା କାରଣରୁ ତାଙ୍କ ନିକଟରୁ ଏତାଦୃଶ ଆଚରଣ ଆଶା କରାଯାଏ ନାହିଁ । ସାଂସଦ ଇଂ. ହାଁସଦାଃ ଜଣେ ଆଦିବାସୀ ନେତା ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଭଲ ଭାବେ ଜାଣି ସୁଦ୍ଧା ତାଙ୍କ ଆକ୍ଷେପ ସହ୍ୟ କରିବାର ସମସ୍ତ ସୀମାକୁ ଆତିକ୍ରାନ୍ତ କରିଯାଇଥିଲା । ମାନସିକସ୍ତରରେ ତାଙ୍କୁ ଜାଣିଶୁଣି ନିର୍ଯ୍ୟାତନା ଦିଆଯାଉଛି । କେନ୍ଦ୍ର ସରକାର ସିବିଆଇ ଲଗାଇ ହଇରାଣ କରିବା ଉଦେ୍ଧଶ୍ୟରେ ଜେଲ୍ ପଠାଇଥିଲା । ସାଂସଦ ଶ୍ରୀ ହାଁସଦାଃଙ୍କ ବିରୋଧରେ ହୋଇଥିବା ଚିଟଫଣ୍ଡ ମାମଲାରେ ଆଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିନାହିଁ । ତାହା କୋର୍ଟରେ ବିଚାରାଧୀନ ରହିଛି । ବିଚାର ବ୍ୟବସ୍ଥା ପ୍ରତି ଯଥେଷ୍ଟ ସମ୍ମାନ ଓ ବିଶ୍ୱାସ ରହିଛି । ଯେତେ ପର୍ଯ୍ୟନ୍ତ ଆଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି, ସେ ପର୍ଯ୍ୟନ୍ତ ତାଙ୍କୁ ଦୋଷୀ ବୋଲି କୁହାଯାଇ ପାରିବ ନାହିଁ । କିନ୍ତୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଭାଷଣରେ ସାଂସଦ ହାଁସଦାଃଙ୍କ ପ୍ରତି ଅଦାଲତ ପକ୍ଷରୁ ଦଣ୍ଡିତ ଅପରାଧୀ ଭଳି କଟୁ ସମାଲୋଚନା ଓ ତିରସ୍କାର କରିଥିଲେ । ଏହି ଘଟଣାକୁ ନେଇ ସାଂସଦ ଶ୍ରୀ ହାଁସଦାଃ ଗତ ଜାନୁଆରୀ ୬ରେ ବାରିପଦାରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଏହାର ପ୍ରତିବାଦ ଜଣାଇଥିଲେ । ଏଥି ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବାରିପଦା ଟାଉନ ଥାନାରେ ଜାନୁଆରୀ ୯ରରେ ଏଫଆଇଆର୍ ଦାଖଲ କରିଥିଲେ ମଧ୍ୟ ପୁଲିସ ବିହିତ ପଦକ୍ଷେପ ଗ୍ରହଣ କରିବା ପରିବର୍ତେ ହାତବାନ୍ଧି ବସି ରହିଥିଲା । ଫଳରେ ସାଂସଦ ଶ୍ରୀ ହଁସଦାଃ ଆଜି ନ୍ୟାୟ ପାଇବା ନିମନ୍ତେ ବାରିପଦା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ୧୪ ଜଣ ସାକ୍ଷୀ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଭାଷଣର ରେକଡର଼୍ିଂ ସହିତ ଆବେଦନ କରିଥିଲେ ।