ଦୁଷ୍କର୍ମ ଉଦ୍ୟମ ମାମଲାରେ ଦେଢଶୁରଙ୍କୁ ୨ବର୍ଷ ଜେଲଦଣ୍ଡ

Aug 18, 2018 - 14:57
 204
ଦୁଷ୍କର୍ମ ଉଦ୍ୟମ ମାମଲାରେ ଦେଢଶୁରଙ୍କୁ ୨ବର୍ଷ ଜେଲଦଣ୍ଡ
କଟକ,୧୮ା୮(ସକାଳଖବର): କଟକ ଜିଲା ଦୌରାଜଜ ଏକ ଦୁଷ୍କର୍ମ ଉଦ୍ୟମ ମାମଲାରେ ରାୟ ପ୍ରକାଶ କରି ଜଣେ ଅଭିଯୁକ୍ତ ନାଗେଶ୍ୱର ସେଠୀକୁ ୨ବର୍ଷ ଜେଲଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଅନାଦେୟ ଆହୁରି ୨ମାସ ଅଧିକ ଜେଲଦଣ୍ଡ ଭୋଗିବା ପାଇଁ ପଡିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ନିଆଳି ଥାନା ଅନ୍ତର୍ଗତ ସୁନ୍ଦରଦା ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ତାଙ୍କ ଦେଢଶୁର ନାଗେଶ୍ୱର ସେଠୀ ଦୁଷ୍କର୍ମ ଉଦ୍ୟମ କରିଥିଲେ । ୨୦୧୬, ଅଗଷ୍ଟ ମାସ ୧୫ତାରିଖରେ ପୀଡିତା ଜଣକ ଘର ପାଶ୍ୱର୍ ଏକ ନଳକୂପ ପାଖରେ ଗାଧୋଉଥିବାବେଳେ ଅଭିଯୁକ୍ତ ଦେଢଶୁର ଧର୍ଷଣ କରିବା ପାଇଁ ଉଦ୍ୟମ କରିଥିଲେ । ଏ ନେଇ ମହିଳା ଜଣକ ଅଗଷ୍ଟ ମାସ ୧୭ତାରିଖରେ ନିଆଳି ଥାନାରେ ଏତଲା କରିଥିଲେ । ପୁଲିସ ଘଟଣା ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।