ବ୍ରଜରାଜନଗର ଉପ ନିର୍ବାଚନ : ବିଜେଡି ପ୍ରାର୍ଥୀ ଆଗୁଆ, ଦ୍ୱିତୀୟରେ କଂଗ୍ରେସ ପ୍ରାର୍ଥୀ

Jun 3, 2022 - 08:00
 58
ବ୍ରଜରାଜନଗର ଉପ ନିର୍ବାଚନ : ବିଜେଡି ପ୍ରାର୍ଥୀ ଆଗୁଆ, ଦ୍ୱିତୀୟରେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ଭୋଟ୍‌ ଗଣତି ଜାରି ରହିଛି । ୧୫ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ଅଳକା ମହାନ୍ତିଙ୍କୁ ୭୧୬୬୭ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ କଂଗ୍ରେସର କିଶୋର ପଟେଲ ୨୦୦୮୫ ଖଣ୍ଡ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବିଜେପିର ରାଧାରାଣୀ ପଣ୍ଡା ଙ୍କୁ ୧୫୫୧୭ ଖଣ୍ଡ ଭୋଟ୍‌ ମିଳିଛି । ୧୫ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ୫୧୫୮୨ ଖଣ୍ଡ ଭୋଟ୍‌ ରେ କଂଗ୍ରେସଠାରୁ ଆଗୁଆ ଅଛନ୍ତି । ଭୋଟ୍‌ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।