ସୂର୍ଯ୍ୟ ପାତ୍ର ସମ୍ପତି ପାଇଁ ସବୁ କିଛି କରିପାରନ୍ତି - ଦାମ ରାଉତ

Sep 15, 2018 - 18:57
 235
ସୂର୍ଯ୍ୟ ପାତ୍ର ସମ୍ପତି ପାଇଁ ସବୁ କିଛି କରିପାରନ୍ତି - ଦାମ  ରାଉତ
ଭୁବନେଶ୍ୱର,୧୫/୯ (ସକାଳଖବର): ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ସମ୍ପତି ପାଇଁ ସବୁ କିଛି କରିପାରନ୍ତି ଏବଂ ସବୁ ସ୍ତରକୁ ମଧ୍ୟ ଯାଇପାରନ୍ତି ଏହାର ଉଦାହରଣ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଚାକର ବି ହୋଇପାରନ୍ତି ବୋଲି ଡାକ୍ତର ଦାମୋଦର ରାଉତ ପ୍ରକାଶ କରି କହିଛନ୍ତି । ମନ୍ତ୍ରୀ ଶ୍ରୀ ପାତ୍ର ଦାମବାବୁଙ୍କୁ ଆକ୍ଷେପ କରି ଯେଉଁ ମନ୍ତବ୍ୟ ଦେଇଛନ୍ତି ତା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଡା. ରାଉତ କହିଛନ୍ତି ଚାରା ଦୁର୍ନୀତି ସମ୍ପର୍କରେ ତଦନ୍ତ କରିବା ପାଇଁ ଲିଖିତ ନିଦେ୍ର୍ଧଶ ଦେଇଥିଲି । ସେ ବୋଧହୁଏ ଜାଣି ନାହାନ୍ତି । ଜାଣି ନ ଜାଣିଲା ଭଳି ମନ୍ତବ୍ୟ ଦେଉଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଜଣାଇଥିଲି । ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନୁ ହେଲା ନାହିଁ । ମୋର ମୁଖ୍ୟମନ୍ତ୍ରୀଙ୍କ ଉପରେ ଭଲ ଧାରଣା ରହିଥିଲା ଯେ, ମୁଖ୍ୟମନ୍ତ୍ରୀ ଜଣେ ସରଳ, ସେ କିଛି ବୁଝନ୍ତିନି ତାଙ୍କୁ ସହଯୋଗ କରିବା ପାଇଁ ଯେଉଁ କିଛି ବ୍ୟକ୍ତିଙ୍କୁ ସେ ପାଖରେ ରଖିଛନ୍ତି ସେମାନେ ସବୁ କରୁଛନ୍ତି ବୋଲି ମୋର ଧାରଣା ଥିଲା । କିନ୍ତୁ ମୋତେ ବିଦା କରିବା ପରେ ସେ ଧାରଣାର ପରିବର୍ତନ ହୋଇଛି । ସବୁ ନାଟର ଗୋବର୍ନ୍ଧନ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନିଜେ । ସମ୍ପତି ପାଇଁ ପୁଅ ନାଁ ବିପ୍ଳବ ପାତ୍ର ଓ ବାପା ନାଁ ସୂର୍ଯ୍ୟ ନାରାୟଣ ପାତ୍ର ବଦଳରେ କେବଳ ନାରାୟଣ ପାତ୍ର କରିଥିବାର ପ୍ରମାଣ ମିଳିଛି । ସୂର୍ଯ୍ୟବାବୁ ଲୋକେ ତ ଗଛକୁ ପୂଜା କରୁଛନ୍ତି, ପଥରକୁ ପୂଜା କରୁଛନ୍ତି ଆଉ ପ୍ୟାରୀବାବୁଙ୍କୁ ପୂଜା କଲେ କ୍ଷତି କଣ ବୋଲି ମନ୍ତବ୍ୟ ଦେଇଥିଲେ ।