ସୂଚନା ପୁସ୍ତିକା ଆଇନା ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

Feb 19, 2019 - 20:49
 162
ଭୁବନେଶ୍ୱର, ୧୯/୨(ସକାଳକବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟଭିତିକ ସୂଚନା ପୁସ୍ତିକା ଆଇନାର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହି ପୁସ୍ତିକାକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚାଇବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାର୍ମା ଦେଇଛନ୍ତି । ଏହି ପୁସ୍ତୁକା ସମ୍ପର୍କରେ ସୂଚନା ଦେଇ ସୂଚନା ଓ ଲୋକସମ୍ପର୍କ ସଚିବ ଶ୍ରୀ ସଂଜୟ ସିଂ କହିଥିଲେ ଯେ, ଏହି ପୁସ୍ତିକାରେ ରାଜ୍ୟ ସରକାରଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ ବିଭିନ୍ନ ସଫଳତାର ତଥ୍ୟ ସନ୍ନିବେଶିତ ହୋଇଛି । ସବୁଦାୟ ୧ କୋଟି ପୁସ୍ତିକା ପ୍ରକାଶ ପାଇଛି ବୋଲି ସେ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ ଯେ, ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ସୂଚନା ଓ ତଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ପୂର୍ବରୁ ୨୦୧୪ ଓ ୨୦୧୬ରେ ଏହି ପୁସ୍ତିକା ଦୁଇଥର ପ୍ରକାଶିତ ହୋଇଛି । ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନାଗୁଡ଼ିକୁ ସଠିକ ଭାବରେ ଉପସ୍ଥାପିତ କରି ଏହାର ସୁଫଳ ଯେପରି ସବୁ ହିତାଧିକାରୀଙ୍କ ପାଖରେ ଠିକ ଭାବରେ ପହଂଚିପାରିବ, ସେଥିପାଇଁ ଆଇନା ଏକ ସଫଳ ପ୍ରୟାସ ବୋଲି ଟିମ୍ ଆଇନା ପକ୍ଷରୁ ଏହାର ସମ୍ପାଦକୀୟରେ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପାଢ଼ୀ, ଉନ୍ନୟନ କମିଶନର ଶ୍ରୀ ଅସିତ ତି୍ରପାଠୀ, ସୂଚନା ଓ ଲୋକସମ୍ପର୍କ ସଚିବ ଶ୍ରୀ ସଞ୍ଜୟ ସିଂ, ନିଦେ୍ର୍ଧଶକ ଶ୍ରୀ ଲକ୍ଷ୍ମୀକାନ୍ତ ମହାନ୍ତି ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।