ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିଭାଗୀୟ କାର୍ଯ୍ୟାଳୟ ପରିଦର୍ଶନ

May 30, 2019 - 18:11
 184
ସକାଳ ଖବର: ମନ୍ତ୍ରୀ ପଦ ଗ୍ରହଣ କରିବାର ଗୋଟିଏ ଦିନ ନପୁରୁଣୁ କର୍ମ କ୍ଷେତ୍ରକୁ ନିଜର ବିଭାଗ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସୂଚନା ଲୋକସମ୍ପର୍କ ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ। ବିଭାଗର କ୍ରିୟାଶୀଳତା ଅବ୍ୟାହତ ରଖିବା ଉପରେ ବିଶେଷ ଭାବେ ଗୁରୁତ୍ୱାରୋପ କରିଛନ୍ତି ରଘୁନନ୍ଦନ । ସୂଚନା ଓ ଲୋକସଂପର୍କ ବିଭାଗ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଜକ ସେତୁ ଭାବରେ କାର୍ଯ୍ୟ କରୁଥିବାବେଳେ ସମସ୍ତ ଅଧିକାରୀ ଓ କର୍ମଚାରି ନିଷ୍ଠା ଓ ଶୃଙ୍ଖଳାର ସହ ଦାୟିତ୍ଵ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି । ପରିଦର୍ଶନ ସମୟରେ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ଶାସନ ସଚିବ ସୁଭେନ୍ଦ୍ର କୁମାର ନାୟକ, ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଉପଶାସନ ସଚିବ ଦୁର୍ଗାପ୍ରସାଦ ମହାରଣା, ଉପନିର୍ଦେଶକ ବିପିନ୍ ବିହାରୀ ବାରିକ୍ ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ ।