ସୀମାନ୍ତରେ ବସ୍ ପୋଡିଲେ ମାଓବାଦୀ

Aug 13, 2019 - 18:00
 103
ମାଲକାନଗିରି, ୧୩/୮(ସକାଳଖବର): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର କୋଣ୍ଡାଗାଁର କେକେଡି ଅଂଚଳରେ ଗତକାଲି ବିଳମ୍ବିତ ରାତିରେ ବସ୍ତର ଟ୍ରାଭେଲ୍ସ ନାମକ ଏକ ଘରୋଇ ଯାତ୍ରୀବାହି ବସ୍ କୁ ମାଓବାଦୀ ମାନେ ପୋଡି ଦେଇଛନ୍ତି । ବସ୍ ରେ ବହୁ ସଂଖ୍ୟାରେ ଯାତ୍ରୀ ଯାତ୍ରା କରୁଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରୁ କାହାରି କୌଣସି କ୍ଷତି ଘଟିନଥିବା ଜଣାପଡିଛି । ମାଓବାଦୀ ମାନେ ପ୍ରଥମେ ବସ୍ କୁ ଅଟକାଇ ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇ ପଡିବାକୁ କହିଥିଲେ । ଯାତ୍ରୀ ମାନେ ବସ୍ ରୁ ଓହ୍ଲାଇବା ପରେ ମାଓବାଦୀ ମାନେ ବସ୍ ରେ ନିଆଁ ଲଗାଇ ଦେଇଥିଲେ । ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୧୬ କି.ମି. ଦୂରରେ ମାଓବାଦୀ ଏଭଳି ହିଂସାକାଣ୍ଡ ଘଟାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଫୋର୍ସ ପହଂଚି ତଦନ୍ତ ଚଳାଇଛନ୍ତି ।