ପହଂଚିଲା ବାଜପାୟୀଙ୍କ ଅସ୍ଥି କଳସ , ଆଜି ମହୋଦଧୀରେ ବିସର୍ଜନ
ଭୁବନେଶ୍ୱର,୨୨/୮(ସକାଳଖବର):ଆସନ୍ତାକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପାୟୀଙ୍କ ଅସ୍ଥି ପୁରୀ ମହୋଦଧୀରେ ବିସର୍ଜନ କରାଯିବ । ପୂର୍ବାହ୍ନ ପ୍ରାୟ ୯ଟା ୩୦ରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ସଭାପତି ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା କେ.ଭି ସିଂହଦେଓଙ୍କ ସମେତ ଓଡିଶାର ସମସ୍ତ ନେତୃବୃନ୍ଦ ଅସ୍ଥି କଳସକୁ ଧରି ଦଳୀୟ କାର୍ଯ୍ୟାଳୟରୁ ପୁରୀ ଅଭିମୁଖେ ଯାତ୍ରା କରିବେ । ସଗ୍ୱର୍ତଃ ଅଟଳଜୀଙ୍କ ପବିତ୍ର ଅସ୍ଥି ଭୁବନେଶ୍ୱରରୁ ବାହାରି ଉତରା ଛକ ଦେଇ ପୁରୂଣା ପୁରୀ ରାସ୍ତା ଦେଇ ପିପିଲି, ଦାଣ୍ଡ ମୁକୁନ୍ଦପୁର, ସାକ୍ଷୀଗୋପାଳ, ଚନ୍ଦନପୁର , ଅଠରନଳାରେ ପହଂଚିବେ । ସେଠାରୁ ପୁରୀ ଅଂଚଳ ବାସୀ ଅସ୍ଥି କଳସକୁ ସ୍ୱାଗତ କରି ମହୋଦଧୀ ଅଭିମୁଖେ ଯାତ୍ରା କରିବେ ଏବଂ ଅସ୍ଥି ବିସର୍ଜନ କରିବେ ।
। ଭୁବନେଶ୍ୱର ବିମାନ ବନ୍ଦରରେ ଅସ୍ଥିକଳସୀ ବିମାନବନ୍ଦରରେ ପହଂଚିବା ପରେ ସଂକୀର୍ତନ ଓ ଶୋଭାଯାତ୍ରାରେ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟକୁ ଅଣାଯାଇଥିଲା । ଏଠାରେ ରାତିସାରା ଭଜନ କୀର୍ତନ କାର୍ଯ୍ୟକ୍ରମ କରାଯିବା ସହ ସାଧାରଣ ଲୋକ ଅସ୍ଥି କଳସକୁ ଦର୍ଶନ ପାଇଁ ରଖାଯାଇଥିଲା ।
ର୍ସେହିପରି ୨୪ ତାରିଖ ସଂଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ଠାରେ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ । ଏହି ପ୍ରାର୍ଥନା ସଭାରେ ସମସ୍ତ ଜନସାଧାରଣ, ବୁଦ୍ଧିଜିବୀ ଓ ସମସ୍ତଦଳର ନେତା ଓ କର୍ମୀମାନଙ୍କୁ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି ।