ସି ସୋର ଠକେଇ: ପ୍ରଶାନ୍ତ ଦାଶଙ୍କୁ ଅନ୍ତରୀଣ ସୁରକ୍ଷା

Jul 31, 2018 - 20:26
 222
ସି ସୋର ଠକେଇ: ପ୍ରଶାନ୍ତ ଦାଶଙ୍କୁ ଅନ୍ତରୀଣ ସୁରକ୍ଷା
କଟକ,୩୧ା୭(ସକାଳଖବର): ସି-ସୋର ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପରିଚାଳନା ନିଦେ୍ର୍ଧଶକ ପ୍ରଶାନ୍ତ କୁମାର ଦାଶଙ୍କ ଦୁଇଟି ଆଗୁଆ ଜାମିନ ଉପରେ ହାଇକୋର୍ଟ ଜଷ୍ଟିସ ଏସ କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ତାରିଖରେ ହେବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ସରକାରଙ୍କ ପକ୍ଷରୁ ଏଏସସି ଦୀପକ କୁମାର ପାଣି ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ କୋ ଅପରେଟିଭ ସଂସ୍ଥା ନାଁରେ ଅର୍ଥ ସଂଗ୍ରହ କରି ଜମାକାରୀଙ୍କୁ ଟଙ୍କା ଫେରସ୍ତ ନକରିବା ନେଇ ପୃଥକ ଭାବେ ବ୍ରଜରାଜ ନଗର ଓ ବିନିକା ଥାନାରେ ଅଭିଯୋଗ ହୋଇଥିଲା । ଏ ନେଇ ପୁଲିସ ଆବେଦନକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତେବେ ଗିରଫଦାରୀ ଏଡାଇବା ପାଇଁ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।