ଭୋଡ଼ାଫୋନ- ଆସସ୍ ସହଭାଗିତା

May 4, 2018 - 13:58
 128
ଭୋଡ଼ାଫୋନ- ଆସସ୍ ସହଭାଗିତା
ମୁମ୍ବାଇ,୪/୫(ସକାଳଖବର): ଆସସ୍ ଜେନଫୋନ ମାକ୍ସ ପ୍ରୋ (ଏମ୧) ସ୍ମାର୍ଟଫୋନ କ୍ରୟ କରୁଥିବା ଗ୍ରାହକଙ୍କ ପାଇଁ ଭୋଡ଼ାଫୋନ ଓ ଆସସ୍ ମିଳିତ ଭାବେ ବିଭିନ୍ନ ସୁବିଧା ବିଷୟ ଘୋଷଣା କରିଛନ୍ତି । ଏହି ସ୍କାର୍ଟଫୋନ କେବଳ ଫ୍ଲିପକାଟରେ ଉପଲବ୍ଧ ହେବ । ଭୋଡ଼ାଫୋନର ପୋଷ୍ଟପେଡ଼ ଓ ପ୍ରିପେଡ଼ ଗ୍ରାହକଙ୍କ ପାଇଁ ଏଥିରେ ଏକାଧିକ ନୂଆ ସୁବିଧା ପ୍ରଦାନ କରାଯାଇଛି । ଗ୍ରାହକଙ୍କ ପାଇଁ ସ୍କାର୍ଟଫୋନ ସୁଲଭ କରିବା ସହ ସେମାନଙ୍କ ମାସିକ ବ୍ୟୟ ଯେପରି ପକେଟକୁ ସୁହାଇବ ସେଥିପାଇଁ ଉଭୟ କଂପାନୀ ସହଭାଗିତା କରିଛନ୍ତି । ସୁଲଭ ମୂଲ୍ୟରେ ଏହି ଫୋନ ଯୋଗାଣ ସହ ଗ୍ରାହକଙ୍କୁ ଅତିରିକ୍ତ ଡ଼ାଟା ସୁବିଧା ପ୍ରଦାନ କରାଯାଇଛି । ଏହି ବ୍ୟବସ୍ଥାରେ ଯଦି ପ୍ରିପେଡ଼ ଗ୍ରାହକ ଆସସ୍ ଜେନଫୋନ ମାକ୍ସ ପ୍ରୋ (ଏମ୧) ସ୍ମାର୍ଟଫୋନ କ୍ରୟ କରନ୍ତି ତାହାଲେ ତାଙ୍କୁ ବିନାମୂଲ୍ୟରେ ମାସିକ ୧୦ଜିବି ଡ଼ାଟା ପ୍ରଦାନ କରାଯିବ । ଫଳରେ ୧ ବର୍ଷ ପାଇଁ ତାଙ୍କୁ ଅତିରିକ୍ତ ୧୨୦ ଜିବି ଡ଼ାଟା ପ୍ରଦାନ କରାଯିବ । ୧୯୯ ବା ଏହାଠାରୁ ଉଦ୍ଧ୍ୱର୍ ମୂଲ୍ୟର ପ୍ଲାନ ଯଦି କୌଣସି ଗ୍ରାହକ ଗ୍ରହଣ କରନ୍ତି ତାହାଲେ ସେ ଏହି ଅଫର ପାଇପାରିବେ । ଭୋଡ଼ାଫୋନର ପୋଷ୍ଟପେଡ଼ ଗ୍ରାହକ ଯେଉଁମାନେ ରେଡ଼ ୩୯୯ ବା ତାଠାରୁ ଉଦ୍ଧ୍ୱର୍ ମୂଲ୍ୟର ପ୍ଲାନ ଅନ୍ତର୍ଭୁକ୍ତ ଥିବେ ସେମାନେ ବିନାମୂଲ୍ୟରେ ମାସିକ ୧୦ଜିବି ଡ଼ାଟା ପାଇପାରିବେ । ଏଥିସହ ୨ବର୍ଷ ପାଇଁ ଫ୍ରି ରେଡ଼ ସିଲଡ଼ ଡ଼ିଭାଇସ୍ ସିକ୍ୟୁରିଟି ସଲ୍ୟୁସନ ସୁବିଧା ପାଇପାରିବେ । ଏହି ପରିପ୍ରେକ୍ଷୀରେ ଭୋଡ଼ାଫୋନ ଇଣ୍ଡିଆର ସହଯୋଗୀ ନିଦେ୍ର୍ଧଶକ ଅବନୀଶ ଖୋସଲା କହିଛନ୍ତି ଯେ, ଗ୍ରାହକଙ୍କୁ ଉପଯୁକ୍ତ ସୁବିଧା ଯୋଗାଣ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ବହୁ ସମୟରେ ଗ୍ରାହକ ଉଚ୍ଚ କ୍ଷମତାସଂପନ୍ନ ସ୍କାର୍ଟଫୋନ ଚାହିଁଥାନ୍ତି । କିନ୍ତୁ ଏହାର ମୂଲ୍ୟ ଅଦôକ ହୋଇଥିବାରୁ ଗ୍ରାହକ କ୍ରୟ କରିବାରୁ ବଞ୍ଚିତ ହୋଇଥାନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଦୁଇ କଂପାନୀ ସହଭାଗିତା କରିଥିବା ସେ କହିଛନ୍ତି । ଆସସ୍ ସିଇଓ ଜେରି ଶେନ କହିଛନ୍ତି ଯେ, ଭାରତ ଆମ ପାଇଁ ଏକ ବଡ଼ ବଜାର । ଏଥିପାଇଁ ଭୋଡ଼ାଫୋନ ସହ ସହଭାଗିତା କରି ଆମେ ଆନନ୍ଦିତ ବୋଲି ସେ କହିଛନ୍ତି ।