ସାମସଙ୍ଗ ବଜାରକୁ ଛାଡ଼ିଲା ପବନ ମୁକ୍ତ (ୱିଣ୍ଡ ଫ୍ରି) ଏୟାରକଣ୍ଡିସନର

Apr 23, 2018 - 10:40
 143
ସାମସଙ୍ଗ ବଜାରକୁ ଛାଡ଼ିଲା ପବନ ମୁକ୍ତ (ୱିଣ୍ଡ ଫ୍ରି) ଏୟାରକଣ୍ଡିସନର
ନୂଆଦିଲ୍ଲୀ , ୨୩/୪ : ଦେଶର ସର୍ବବୃହତ ତଥା ବିଶ୍ୱସନୀୟ ଖାଉଟି ଇଲେକଟ୍ରୋନିକ୍ସ ବ୍ରାଣ୍ଡ ସାମସଙ୍ଗ ଇଣ୍ଡିଆ ଭାରତରେ ପବନ ମୁକ୍ତ (ୱିଣ୍ଡ ଫ୍ରି) ଏୟାରକଣ୍ଡିସନର ଶୁଭାରମ୍ଭ କରିଛି । ଏହି ଏୟାରକଣ୍ଡିସନର ଡ଼ିଜାଇନରେ ସାମସଙ୍ଗର ସ୍ୱତନ୍ତ୍ର ପବନମୁକ୍ତ ପ୍ରଯୁକ୍ତି ସଂଯୋଜିତ କରାଯାଇଛି । ପାଣିପାଗ ଅବସ୍ଥାକୁ ଦେଖି ଏହା ଗ୍ରାହକଙ୍କୁ ଶୀତଳୀକରଣ ସୁବିଧା ଯୋଗାଇବା ସହ ପ୍ରତ୍ୟକ୍ଷ ଭାବେ ଶୀତଳ ପବନ ପ୍ରବାହନରୁ ନିବୃତ୍ତ ରହିବ । ଏଥିରେ ଶକ୍ତି ସଂରକ୍ଷଣର ସମସ୍ତ ପ୍ରକାର ସୁବିଧା ରହିଛି । ଏଥିରେ ବିଶ୍ୱର ପ୍ରଥମ ୮ ପୋଲ ସିରିଜ ଓ କ୍ଷୟନିରୋଧୀ ଡ଼୍ୟୁରାଫିନ କଣ୍ଡେନସର ରହିଛି । ଭାରତର ମାତ୍ରାରିକ୍ତ ପାଣିାପାଗ ପରିବେଶକୁ ନେଇ ଏହା ପ୍ରସ୍ତୁତ କରାଯାଇଛି । ପବନ ମୁକ୍ତ (ୱିଣ୍ଡ ଫ୍ରି) ପ୍ରଯୁକ୍ତି ବ୍ୟବହାର ଯୋଗୁଁ ଏଥିରେ କୋଠରୀ ତାପମାତ୍ରା ସର୍ବଦା ଆରାମଦାୟକ ଅବସ୍ଥାରେ ରହିପାରିବ । ଏଥିରେ ୨ ସ୍ତରୀୟ ଶୀତଳୀକରଣ ବ୍ୟବସ୍ଥା ରହିଛି । ୨୧୦୦୦ କ୍ଷୁଦ୍ର ରନ୍ଧ୍ର ଜରିଆରେ ଏହା ବାୟୁ ନିର୍ଗମନ କରିଥାଏ । ଏହା ପ୍ରଥମେ ତ୍ୱରିତ ଭାବେ କୋଠରୀ ଶୀତଳ କରିଥାଏ । ପରେ ପବନ ମୁକ୍ତ (ୱିଣ୍ଡ ଫ୍ରି) ପ୍ରଯୁକ୍ତିରେ ସ୍ଥିର ଶୀତଳୀକରଣ ଅବସ୍ଥାକୁ ଆସିଥାଏ । ଏୟାରକଣ୍ଡିସନର କ୍ଷେତ୍ରରେ ସଂପ୍ରତି ସିଧାସଳଖ ଶୀତଳ ପବନ ବିଚ୍ଛୁରଣ ଓ ଅତ୍ୟଧିକ ବିଦ୍ୟୁତଶକ୍ତି ବ୍ୟୟ ସମସ୍ୟାର କାରଣ ହୋଇ ଦେଖାଦେଇଛି । ସାମସଙ୍ଗର ଏହି ନୂତନ ପ୍ରଯୁକ୍ତିର ଏୟାରକଣ୍ଡସନର ଗ୍ରାହକଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେଇପାରିବ ବୋଲି କହିଛନ୍ତି କଂପାନୀର ଖାଉଟି ଇଲେକଟ୍ରୋନିକ୍ସ ବ୍ୟବସାୟ ବରିଷ୍ଠ ଉପସଭାପତି ରାଜୀବ ଭୂତାନି । ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସାମଗ୍ରୀ ଉପôାଦ କରାଯାଇଛି ବୋଲି ସେ କହିଛନ୍ତି ।