ମନ୍ କୀ ବାତ୍: ନୂଆଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ କୀ ବାତ କାର୍ଯ୍ୟକ୍ରମରେ ଓଡ଼ିଶାର ପର୍ବ ନୂଆଖାଇ ପାଇଁ ଶୁଭେଚ୍ଛା ଜଣାଯାଇଛନ୍ତି । ଏଥିସହ ଦେଶର ୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ଅବସରରେ ଅଗଷ୍ଟ ୧୩ରୁ ୧୫ ପର୍ୟ୍ୟନ୍ତ ଚାଲିଥିବା ‘ହର୍ ଘର୍ ତିରଙ୍ଗା’ ଅଭିଯାନ କଥା ସ୍ମରଣ କରି ଆଜି ଉକ୍ତ ଅଭିଯାନକୁ ବ୍ୟାପକ କରିଥିବା ଦେଶବାସୀଙ୍କୁ ‘ମନ୍ କୀ ବାତ୍’ର ୯୨ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଦେଶର ପ୍ରତି ନଗରୀ, ପ୍ରତି ଗାଁରେ ଅମୃତ ମହୋତ୍ସବର ଅମୃତ ପ୍ରବାହିତ ହେଉଛି। କେବଳ ଭାରତରେ ନୁହେଁ, ବିଶ୍ବର ଅନ୍ୟାନ୍ୟ ଦେଶରେ ମଧ୍ୟ ଅମୃତ ମହୋତ୍ସବ ପାଳନ କରାଯାଇଥିବା ଦେଖାଯାଇଛି। ବଟସ୍ୱାନାରେ ଥିବା ସ୍ଥାନୀୟ ଗାୟକମାନେ ଭାରତୀୟ ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ହିନ୍ଦୀ, ପଞ୍ଜାବୀ, ଗୁଜରାଟୀ, ବଙ୍ଗଳା, ଅହମିୟା, ତାମିଲ, ତେଲୁଗୁ, କନ୍ନଡ଼ ଏବଂ ସଂସ୍କୃତ ଆଦି ଭାଷାରେ ୭୫ଟି ଦେଶାତ୍ମବୋଧକ ଗୀତ ଗାନ କରିଥିଲେ। ସେହିପରି, ଭାରତ-ନାମିବୀୟ ସାଂସ୍କୃତିକ ପାରମ୍ପରିକ ସମ୍ପର୍କ ଆଧାରରେ ସ୍ବତନ୍ତ୍ର ଡାକଟିକଟ ମଧ୍ୟ ଉନ୍ମୋଚନ କରାଯାଇଥିଲା।
ଏଥର ଅଗଷ୍ଟ ମାସରେ ଆପଣମାନଙ୍କର ପତ୍ରାବଳି, ବାର୍ତ୍ତା ଓ କାର୍ଡ ମୋ କାର୍ୟ୍ୟାଳୟକୁ ତ୍ରିରଙ୍ଗାୟିତ କରି ପକାଇଛି। ତ୍ରିରଙ୍ଗ ନ ଥିବା, ତ୍ରିରଙ୍ଗା ଏବଂ ସ୍ବାଧୀନତା ବିଷୟରେ ଉଲ୍ଲେଖ ନ ଥିବା କୌଣସି ଚିଠି ମୋ ନଜରକୁ ଆସିନାହିଁ।
ଅମୃତ ମହୋତ୍ସବ ଓ ସ୍ବାଧୀନତା ଦିବସର ଏହି ସ୍ବତନ୍ତ୍ର ଅବସରରେ ଆମେ ଦେଶର ସମ୍ମିଳିତ ସାମର୍ଥ୍ୟ ଦେଖିଛନ୍ତି। ସେଥିରେ ହୃଦୟଙ୍ଗମତାର ଚେତନା ଥିଲା। ୨୦୨୩ ପର୍ୟ୍ୟନ୍ତ ସ୍ବାଧୀନତାର ଅମୃତ ମହୋତ୍ସବ ଚାଲିବ ବୋଲି ସେ କହିଛନ୍ତି।
ସ୍ବାଧୀନତା ଆନ୍ଦୋଳନରେ ଭାଗ ନେଇଥିବା ସ୍ବଳ୍ପ ପରିଚିତ ସଂଗ୍ରାମୀମାନଙ୍କୁ ଦେଶର ତରୁଣ ପିଢ଼ିଙ୍କ ସହିତ ପରିଚୟ କରାଇବା ପାଇଁ ଦୂରଦର୍ଶନରେ ‘ସ୍ବରାଜ ସିରିଏଲ୍’ ହେଉଛି ଏକ ପ୍ରୟାସ। ପ୍ରତି ରବିବାର ରାତି ୯ଟାରେ ଏହା ୭୫ ସପ୍ତାହଯାଏଁ ପ୍ରସାରଣ କରାଯିବ।