ସମ୍ମାନିତ ହେବେ ନବୀନ, ଯିବେ ମୁମ୍ବାଇ

Feb 27, 2023 - 06:25
 29
ସମ୍ମାନିତ ହେବେ ନବୀନ, ଯିବେ ମୁମ୍ବାଇ
ଭୁବନେଶ୍ୱର: ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । କ୍ରୀଡ଼ାର ବିକାଶରେ ଓଡ଼ିଶାର ଅବଦାନ ପାଇଁ ହେବେ ସମ୍ମାନୀତ । କିଛି ଶିଳ୍ପପତିଙ୍କୁ ମଧ୍ୟ ଭେଟିବାର କାର୍ୟ୍ୟକ୍ରମ ରହିଛି । ପରେ ଭୁବନେଶ୍ୱର ଫେରିବା କାର୍ୟ୍ୟକ୍ରମ ରହିଛି । ସୂଚନା ଥାଉକି, ଓଡ଼ିଶାରେ ଦୁଇ ଦୁଇ ଥର ହକି ବିଶ୍ୱକପ୍ ଆୟୋଜନ କରି ପ୍ରଶଂସା ସାଉଣ୍ଟିଛନ୍ତି ରାଜ୍ୟ ସରକାର । ନିକଟରେ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମକୁ ମାତ୍ର ବର୍ଷକରେ ନିର୍ମାଣ କରି ରେକର୍ଡ କରିଥିଲେ ରାଜ୍ୟ ସରକାର । ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଏକା ସାଙ୍ଗରେ ୨୦ ହଜାର ଦର୍ଶକ ବସିବାର କ୍ଷମତା ରହିଛି । ଏସବୁ କ୍ଷେତ୍ରରେ ରାଜ୍ୟର ଗୌରବ ଦୁଇ ଗୁଣା ହୋଇଛି । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଅବଦାନ ଆଜି ବିଶ୍ୱବିଦିତ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯିବ । ଏହାସହ ମୁମ୍ବାଇରେ କିଛି ଶିଳ୍ପପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଭୁବନେଶ୍ବର ଫେରିବାର କାର୍ୟ୍ୟକ୍ରମ ରହିଛି ।