ରୋହିତ କୋହଲିଙ୍କ ବିନା ଏସିଆ କପ୍ ଜିତାଇଛନ୍ତି, ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କ ବଡ ବୟାନ

Dec 12, 2021 - 14:52
 69
ରୋହିତ କୋହଲିଙ୍କ ବିନା ଏସିଆ କପ୍ ଜିତାଇଛନ୍ତି, ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କ ବଡ ବୟାନ
ନୂଆଦିଲ୍ଲୀ ୧୨।୧୨: ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ କ୍ରିକେଟ୍ ଦଳ ଏବେ ନୂତନ ଯୁଗ ଆରମ୍ଭ କରିବାକୁ ଯାଉଛି। ବୁଧବାର ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରିଛି। ବିରାଟ କୋହଲି ପୂର୍ବରୁ ଟି-୨୦ ଦଳର ଅଧିନାୟକ ପଦ ଛାଡିଥିଲେ। କିନ୍ତୁ ସେ ଆଗକୁ ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିବେ ବୋଲି ଜୋର ଦେଇ କହିଥିଲେ। ମାତ୍ର ବିସିସିଆଇ ସୀମିତ ଓଭର କ୍ରିକେଟ୍‌ରେ ଦୁଇ ଜଣ ଅଧିନାୟକ ରଖାଯିବା ପକ୍ଷରେ ନଥିଲା। ତେଣୁ ବିସିସିଆଇ ରୋହିତ ଶର୍ମାଙ୍କୁ ଉଭୟ ଟି-୨୦ ଏବଂ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି ଯେ, ଟି-୨୦ ବିଶ୍ଵ କପ୍ ପୂର୍ବରୁ ଟି-୨୦ ଦଳର ଅଧିନାୟକ ପଦ ନଛାଡିବାକୁ ବୋର୍ଡ କୋହଲିଙ୍କୁ ଅନୁରୋଧ ଅନୁରୋଧ କରିଥିଲା। କାରଣ ଚନୟକର୍ତ୍ତା ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟ ପାଇଁ ଦୁଇଟି ଅଲଗା ଅଲଗା ଅଧିନାୟକ ରଖିବା ପକ୍ଷରେ ନଥିଲେ। ସେ କୋହଲି ହେଉ କି ରୋହିତ ବିସିସିଆଇ ଜଣଙ୍କୁ ଉଭୟ ଟି-୨୦ ଏବଂ ଦିନିକିଆ ଦଳର ଅଧିନାୟକ ଦାୟିତ୍ଵ ଦେବାକୁ ଚାହୁଁଥିଲା। ଏବେ ସୌରଭ ଗାଙ୍ଗୁଲି ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ଚୟନ କରାଯିବା ପଛର କାରଣ କହିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ କହିଛନ୍ତି, ସୀମିତ ଓଭର କ୍ରିକେଟ୍‌ରେ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ଦମଦାର ରେକର୍ଡ କରିଛି। ଏଥିପାଇଁ ଚୟନକର୍ତ୍ତା ରୋହିତଙ୍କୁ ଅଧିନାୟକ କରିବା ପକ୍ଷରେ ଥିଲେ। ରୋହିତ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାର ରାସ୍ତା ଖୋଜି ନିଅନ୍ତି। ମୋତେ ଭରସା ଯେ, ସେ ଦଳକୁ ସଫଳ କରାଇବେ। ଗାଙ୍ଗୁଲି କହିଛନ୍ତି, ଆଇିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତଙ୍କ ରେକର୍ଡ ଚମତ୍କାର ରହିଛି। ପାଞ୍ଚ ଥର ସେ ମୁମ୍ବାଇକୁ ଚାମ୍ପିଅନ କରାଇଛନ୍ତି। ସେ କିଛି ବର୍ଷ ପୂର୍ବେ ଏସିଆ କପରେ ଭାରତୀୟ ଦଳର ନେତୃତ୍ଵ ନେଇଥିଲେ। ଆଉ ଭାରତୀୟ ଦଳକୁ ଚାମ୍ପିଅନ କରାଇଥିଲେ। ଭାରତ କୋହଲିଙ୍କ ବିନା ଏହି ବିଜୟ ହାସଲ କରିଥିଲା। କୋହଲିଙ୍କ ବିନା ଟାଇଟଲ୍ ଜିତିବା ଏଥିରୁ ଜଣା ପଡୁଛି ଯେ ଦଳ କେତେ ଶକ୍ତିଶାଳୀ ଥିଲା। ଏଥିପାଇଁ ରୋହିତ ବଡ ଟୁର୍ଣ୍ଣାମେଣ୍ଟରେ ସଫଳତା ପାଇଥିଲେ। ତାଙ୍କ ପାଖରେ ଏବେ ବହୁତ ଭଲ ଦଳ ରହିଛି। ଆଶା କରାଯାଉଛି ସେ ଦଳକୁ ଆଗକୁ ନେଇ କି ଯିବେ ବୋଲି ଗାଙ୍ଗୁଲି କହିଛନ୍ତି।