ସମସ୍ତ କାମ ଆଇନ ଅନୁସାରେ କରିବାକୁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ

Sep 18, 2019 - 06:26
 230
ନୂଆଦିଲ୍ଲୀ,୧୭/୯(ସକାଳଖବର): ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଧଶ ଦେଇଛନ୍ତି । ମେଘନାଦ ପାଚେରୀର ୭୫ ମିଟର ପରିଧିରେ ଉଚ୍ଛେଦ ପ୍ରସଙ୍ଗରେ ସମସ୍ତ କାମ ଆଇନ ଅନୁସାରେ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ଜଷ୍ଟିସ୍ ଅରୁଣ ମିଶ୍ର । ସେ କହିଛନ୍ତି ଯେ, ଉଦେ୍ଧଶ୍ୟ ଯେତେ ମହତ୍ ଥିଲେ ମଧ୍ୟ ସବୁ କିଛି ଆଇନ ଅନୁସାରେ କରାଯାଉ । ଏଥି ସହିତ ଜମି ଅଧିଗ୍ରହଣ ପୂର୍ବରୁ ସମସ୍ତଙ୍କ ଆପତି ଅଭିଯୋଗ ଶୁଣିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଆଜିର ଏହି ଶୁଣାଣୀ ବେଳେ ପୁରୀ ଓ ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ବିକାଶ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାକୁ ୨ ସପ୍ତାହ ସମୟ ମାଗିଥିଲେ ଆମିକସ୍ କୁ୍ୟରି ରଞ୍ଜିତ କୁମାର । ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିବା ସହ ଦୁଇ ସପ୍ତାହ ସମୟ ଦେଇଛନ୍ତି । ଏହି ମାମଲାର ପରବର୍ତୀ ଶୁଣାଣୀ ଆସନ୍ତା ଅକ୍ଟୋବର ୩ ତାରିଖରେ ହେବ ।