ମଝି ନଈରେ ଫସିଲେ ହାତୀ ପଲ

Sep 18, 2019 - 06:27
 145
କଟକ, ୧୭/୯(ସକାଳଖବର): କଟକ ଭାଗୀପୁର ପଠାରୁ ମହାନଦୀ ପାର୍ ହୋଇ ଚନ୍ଦକା ଅଭୟାରଣ୍ୟ ଅଭିମୁଖେ ଆସୁଥିବା ବେଳେ ଏକ ହାତୀପଲ ନଈ ମଝିରେ ଏକ ବାଲୁକା ସ୍ତୁପ ଉପରେ ଫଶି ରହିଛନ୍ତି । ଆଜି ସକାଳେ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣିବା ପରେ ବନ ବିଭାଗ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ହାତୀ ପଲଙ୍କୁ ଉଦ୍ଧାର କରିବା ନେଇ ପ୍ରୟାସ ଚଳାଇଛନ୍ତି । ଏହି ହାତୀ ପଲରେ ୧୧ଟି ହାତୀ ରହିଛନ୍ତି । ସମ୍ଭବତଃ ଏହି ହାତୀ ପଲ ଗତକାଲି ବିଳମ୍ବିତ ରାତିରେ ନଦୀ ପାର୍ ହୋଇ ଚନ୍ଦକା ଅଭୟାରଣ୍ୟ ଆଡକୁ ଯିବାକୁ ଉଦ୍ୟମ କରିଥିଲେ । ତେବେ ଆଖି ସାମ୍ନାରେ ମହାନଦୀର ପ୍ରଖର ଜଳସ୍ରୋତ ଦେଖି ବାଲୁକା ସ୍ତୁପ ଉପରେ ଅଟକି ରହିଥିଲେ । ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ହାତୀ ଦେଖିବାକୁ ଘଟଣାସ୍ଥଳରେ ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା ।