ଲାଙ୍ଗିଯୋଡ଼ା ଗ୍ରାମବାସୀଙ୍କ ସହ ଆଲୋଚନା

Aug 25, 2018 - 17:59
 155
ଅନୁଗୋଳ,୨୫/୮ (ସକାଳଖବର):ଲାଙ୍ଗିଯୋଡ଼ାର ଅଧିଗ୍ରହଣ କରାଯାଇଥିବା ଏ.୪୧୫.୯୮ ଡେ଼ସିମିଲି ଜମି ମଧ୍ୟରୁ ବଳକା ଥିବା ଜମିରେ ଖଣି କାର୍ଯ୍ୟ କରିବା ସଂପର୍କରେ ଗତକାଲି ଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଲାଙ୍ଗିଯୋଡ଼ା ଗ୍ରାମବାସୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୁନର୍ବାସ ବାବଦ ଅଧିକ ଅର୍ଥ ପ୍ରଦାନ, ୧୮ ବର୍ଷରୁ ଉଦ୍ଧ୍ୱର୍ ସାବାଳକମାନଙ୍କୁ ନିଯୁକ୍ତି ପ୍ରଦାନ କରିବା, ଗ୍ରାମର ଏ.୨୭.୦୦ ଜଙ୍ଗଲ ଜମିକୁ ପୁନର୍ବାସ ନିମନ୍ତେ ବ୍ୟବସ୍ଥା କରିବା, ଗ୍ରାମର ଉ.ପ୍ରା. ବିଦ୍ୟାଳୟକୁ ତାଳବେଡ଼ାକୁ ସ୍ଥାନାନ୍ତରିତ କରିବା, ତାଳବେଡ଼ାରେ ରହୁଥିବା ୩୦/୪୦ଟି ବିସ୍ଥାପିତ ପରିବାର ଙ୍କ ନିମନ୍ତେ ରାସ୍ତା, ଡେ଼୍ରନ, ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ ଓ ଅନ୍ୟାନ୍ୟ ସୁବିଧା କରିବା, ଗ୍ରାମର ଦେଶକୋଠ ଜମିରେ ବାସଗୃହ କରି ରହୁଥିବା ୨ଜଣ ସେବାକରୀଙ୍କୁ ଚାକିରୀ ଦେବା, ଗ୍ରାମର ୩ଜଣ ବିକଳାଙ୍ଗ ବ୍ୟକ୍ତିଙ୍କୁ ପୁନର୍ବାସ ଓ ଥଇଥାନ ବାବଦ ଅର୍ଥ ପ୍ରଦାନ କରିବା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପୁନର୍ବାସ ନିମନ୍ତେ ଅଧିକ ଅର୍ଥ ପ୍ରଦାନ ସଂପର୍କରେ ଗ୍ରାମବାସୀମାନେ ମାନ୍ୟବର ଉଚ୍ଚନ୍ୟାୟାଳୟରେ ମୋକଦ୍ଧମା ଦାଏର କରିଥିବାରୁ ଉକ୍ତ ମୋକଦ୍ଧମାରେ ଆଦେଶ ପ୍ରାପ୍ତି ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେହିପରି ଦେଶକୋଠ ସମ୍ପତ୍ତିରେ ବାସଗୃହ କରି ରହୁଥିବା ସେବାକରୀଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ ଆଗାମୀ ଆର.ପି.ଡ଼ି.ଏ.ସି ବୈଠକରେ ପ୍ରସ୍ତାବ ଉପସ୍ଥାପନା କରାଯିବ । ଏତଦବ୍ୟତିତ ପ୍ରଚଳିତ ଆଇନ ମୁତାବକ ଅବଶିଷ୍ଟ ସମସ୍ୟା ସମାଧାନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା । ବଳକା ଥିôବା ଅଧିଗ୍ରହଣ ଜମିରେ ଖଣି କାର୍ଯ୍ୟରେ ପ୍ରତିବନ୍ଧ ସୃଷ୍ଟି ନକରିବାକୁ ପରାମର୍ଶ ଦିଆଗଲା । ଉକ୍ତ ବୈଠକରେ ତାଳଚେର ଉପଜିଲ୍ଲାପାଳ ଶ୍ରୀ ପରେଶ ଚନ୍ଦ୍ର ନାୟକ, ଏମସି ଏଲର ସ୍ୱତନ୍ତ୍ର ଭୂଅର୍ଜନ-ଅଧିକାରୀ, ଲିଙ୍ଗରାଜ କୋଇଲା ଖଣିର ମହାପ୍ରବନ୍ଧକ, ଲିଙ୍ଗଯୋଡ଼ାର ଗ୍ରାମବାସୀ, ତାଳଚେର ସୁରକ୍ଷା ମଞ୍ଚର ସଭାପତି ଶ୍ରୀ ମୁରଲୀଧର ସାହୁ ଓ ନିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।