ଶିକାରୀଙ୍କ ଗୁଳିରେ ଟଳି ପଡ଼ିଲେ ଫରେଷ୍ଟ ଗାର୍ଡ!

May 23, 2023 - 06:02
 24
ଶିକାରୀଙ୍କ ଗୁଳିରେ ଟଳି ପଡ଼ିଲେ ଫରେଷ୍ଟ ଗାର୍ଡ!
ଶିମିଳିପାଳ :ଶିମିଳିପାଳ ଜଙ୍ଗଲରେ ଶିକାରୀଙ୍କ ଆତଙ୍କରାଜ। ଶିକାରୀଙ୍କ ଗୁଳିମାଡ଼ରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଫରେଷ୍ଟ ଗାର୍ଡ ଜଣଙ୍କ ହେଲେ ଶିମିଳିପାଳର ନଅଣା ସାଉଥ୍ ରେଞ୍ଜର ବିମଳ କୁମାର ଜେନା । ଗତକାଲି ବିମଳ ସମେତ ୪ଜଣ ବନ କର୍ମଚାରୀ ନଅଣା ସାଉଥ୍ ରେଞ୍ଜରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଶିକାରୀଙ୍କ ସହ ସେମାନଙ୍କର ସାମ୍ନାସାମ୍ନି ହୋଇଥିଲା। ଶିକାରୀମାନେ ବନ କର୍ମଚାରୀଙ୍କୁ ଦେଖି ଘଟଣାସ୍ଥଳରୁ ଖସି ପଳାଇଥିଲେ। ବନକର୍ମଚାରୀ ମାନେ ତାଙ୍କଠାରୁ କିଛି ଦେଶୀ ବନ୍ଧୁକ ଓ ବନ୍ୟଜନ୍ତୁ ମାଂସ ଜବତ କରିଥିଲେ।