ଶପଥ ନେଲେ ସୁବାସ ସିଂ

Apr 7, 2022 - 05:39
 75
ଶପଥ ନେଲେ ସୁବାସ ସିଂ
କଟକ: ଗୁରୁବାର ଶପଥ ଗ୍ରହଣ କରିଛନ୍ତି କଟକର ନବନିର୍ବାଚିତ ମେୟର ସୁବାସ ସିଂ । ସିଏମସି ମେୟର ଭାବେ ଶ୍ରୀ ସିଂ ଶପଥ ଗ୍ରହଣ କରିଛନ୍ତି । ଏନେଇ ଆଜି ଆୟୋଜିତ ଏକ ଉତ୍ସବରେ ନଗର ଉନ୍ନୟନ ବିଭାଗ ନିଦେ୍ର୍ଧଶକ ସଂଗ୍ରାମଜିତ ନାୟକ ନବନିର୍ବାଚିତ ମେୟର ସୁବାସ ସିଂଙ୍କୁ ଶପଥ ପାଠ କରାଇଛନ୍ତି । ଅନ୍ୟପକ୍ଷରେ ଆଜି କଟକ ମହାନଗର ନିଗମ ଡେପୁଟୀ ମେୟର ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ବିଜେଡି ଜିଲ୍ଲା ସଭାପତି ଦଳୀୟ ହୁଇପ ଜାରି କରିଛନ୍ତି । ଦଳର ନିର୍ବାଚିତ ୩୮ କର୍ପୋରେଟରଙ୍କ ଉପରେ ବିଜେଡି ପକ୍ଷରୁ ହୁଇପ ଜାରି କରାଯାଇଛି । ଦଳର ନିଦେ୍ର୍ଧଶ ମୁତାବକ ମତଦାନ କରିବାକୁ ହୁଇପରେ ନିଦେ୍ର୍ଧଶ ଦିଆଯାଇଛି ।