ବିଚ୍ଛିନ୍ନାଚଂଳବାସୀଙ୍କ ପାଇଁ ପଠାଗଲା ଉକ୍ରଳ ପ୍ରସଙ୍ଗ

Jul 17, 2018 - 18:06
 133
ବିଚ୍ଛିନ୍ନାଚଂଳବାସୀଙ୍କ ପାଇଁ ପଠାଗଲା ଉକ୍ରଳ ପ୍ରସଙ୍ଗ
ଭୁବନେଶ୍ୱର,୧୭/୭(ସକାଳଖବର): ଇଚ୍ଛାପୁରମ୍ , ମଂଜୁଷା , ଟେକଲି ଆଦି ବିଚ୍ଛିନ୍ନାଂଚଳରେ ବସବାସ କରୁଥିବା ଓଡିଆ ଭାଷାଭାଷୀଙ୍କ ସହିତ ବିଶାଖାପାଟଣା ଓଡିଆ ସମାଜ ମଧ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ତଥା ଓଡିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ଉକ୍ରଳ ପ୍ରସଙ୍ଗର ଜୁଲାଇ ରଥଯାତ୍ରା ସଂଖ୍ୟା ବିନାମୂଲ୍ୟରେ ବିତରଣ କରାଯିବ । ଏଥିପାଇଁ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିଦେ୍ର୍ଧଶକ ଲକ୍ଷ୍ମୀଧର ମହାନ୍ତି , ଯୁଗ୍ମ ନିଦେ୍ର୍ଧଶକ ନିରଂଜନ ସେଠୀ , ଉକ୍ରଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସମ୍ପାଦକ ଲେନିନ୍ ମହାନ୍ତି ଏବଂ ପ୍ରକାଶନ ପରିଚାକ ପ୍ରଫୁଲ୍ଲ ମଲ୍ଲିକ ଉକ୍ତ ବହି ନେଇ ଯାଉଥିବା ଯାନକୁ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏପରି କାର୍ଯ୍ୟକ୍ରମ ବିଛିନ୍ନାଂଚଳରେ ବସବାସ କରୁଥିବା ଓଡିଆ ଲୋକଙ୍କ ମଧ୍ୟରେ ନିଜ ମାତୃଭାଷା ପ୍ରତି ମମତ୍ୱବୃଦ୍ଧି ତଥା ସେମାନଙ୍କ ମଧ୍ୟରେ ଭାଗବତ ଐକ୍ୟ ପ୍ରତିଷ୍ଠା କରିବା ଦିଗରେ ବେଶ୍ ସହାୟକ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଉପନିଦେ୍ର୍ଧଶକ ବିବେକାନନ୍ଦ ବିଶ୍ୱାଳ , ବିପିନ ବିହାରୀ ବାରିକି , ଉକ୍ରଳ ସମ୍ମିଳନୀର ସଭାପତି ଅଦୈତ୍ୟ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।