ରାଜ୍ୟରେ ଲମ୍ବ ଡିଆଁ ମାରିଲା ଓମିକ୍ରନ୍‌, ଏକାଥରେ ୫ ଆକ୍ରାନ୍ତ ଚିହ୍ନଟ

Dec 30, 2021 - 09:17
 86
ରାଜ୍ୟରେ ଲମ୍ବ ଡିଆଁ ମାରିଲା ଓମିକ୍ରନ୍‌, ଏକାଥରେ ୫ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଲମ୍ବା ଡିଆଁ ମାରିଲା ଓମିକ୍ରନ୍‌। ଏକାଥରେ ଚିହ୍ନଟ ହେଲେ ୫ ଆକ୍ରାନ୍ତ । ଫଳରେ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ୧୦ ଦିନରେ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ (ଆଇଏଲ୍‌ଏସ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଓମିକ୍ରନ୍‌କୁ ଚେକ୍‌ ଦେବାକୁ ସଜବାଜ ହେଲେଣି ରାଜ୍ୟ ସରକାର। ଗତ ୨୧ ତାରିଖରେ ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଇତି ମଧ୍ୟରେ ୧୦ ଦିନରେ ଏହି ସଂଖ୍ୟା ୧୪ ଛୁଇଁ ସାରିଲାଣି। ତେବେ ଆଜି ଚିହ୍ନଟ ହୋଇଥିବା ୫ ଓମିକ୍ରନ ଆକ୍ରାନ୍ତ କେଉଁଠୁ ଫେରିଥିଲେ, ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ସେ ନେଇ କିଛି ସୂଚନା ମିଳିପାରିନି।