ରାଜ୍ୟର ସବୁ ଗାଁରେ ପହଁଚିଛି ବିଜୁଳି : ସୁଶାନ୍ତ ସିଂହ

May 12, 2018 - 14:06
 236
ରାଜ୍ୟର ସବୁ ଗାଁରେ ପହଁଚିଛି ବିଜୁଳି : ସୁଶାନ୍ତ ସିଂହ
ଭୁବନେଶ୍ୱର,୧୨/୫(ସକାଳଖବର) : ରାଜ୍ୟର ସବୁ ସେନସସ ଗାଁରେ ବିଜୁଳି ପହଁଚିପାରିଛି । ଗତ ୪ ବର୍ଷ ମଧ୍ୟରେ ୧୭ ଲକ୍ଷ ନୂତନ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ଦିଆଯାଇଛି । ଏବେ ରାଜ୍ୟର ଘରୋଇ ବିଜୁଳି ଉପଭୋକ୍ତାଙ୍କ ସଂଖ୍ୟା ୭୦ ଲକ୍ଷ ହୋଇଛି ବୋଲି ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି । ଶକ୍ତି ମନ୍ତ୍ରୀ ଶ୍ରୀ ସିଂହ କହିଲେଯେ, ଗତ ୪ ବର୍ଷ ମଧ୍ୟରେ ୪୨୭ ପାୱାର ଟ୍ରାନ୍ସଫର୍ମର, ୭୦୪୨୭ ଡିଷ୍ଟି୍ରବୁ୍ୟସନ ଟ୍ରାନ୍ସଫର୍ମର ଏବଂ ୮୩୧୭୦ ସର୍କିଟ କିମି ଉଚ୍ଚ ଏବଂ ନିମ୍ନ କ୍ଷମତା ସମ୍ପନ୍ନ ଲାଇନର ବ୍ୟବସ୍ଥା ହୋଇଛି । ଚଳିତ ଆର୍ଥିକ ବର୍ଷରେ ଆଉ ୨୦ଟି ନୂତନ ଗ୍ରୀଡ଼ର ସଂଯୋଗ ସହ ୨୫ଟି ଗ୍ରୀଡ଼ର କ୍ଷମତାକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରହିଛି । ଶକ୍ତି ଉପôାଦନ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ହୋଇଥିବାବେଳେ ଏବେ ରାଜ୍ୟର କ୍ଷମତା ୫୯୧୪ ମେଗାୱାଟରେ ପହଁଚିଛି । ଇବଠାରେ ୬୬୦ ମେଗାୱାଟ ସମ୍ବଳିତ ଓପିଜିସିର ୨ଟି ୟୁନିଟ୍-୩ ଏବଂ ୟୁନିଟ୍-୪ କାର୍ଯ୍ୟ ତ୍ୱରାନ୍ୱିତ ବେଗରେ ଚାଲୁଥିବାବେଳେ ମୁଖ୍ୟ ପ୍ଲାଂଟର କାର୍ଯ୍ୟ ୯୫% ଶେଷ ହୋଇଛି । ୨୦୧୮ ଡିସେମ୍ବର ସୁଦ୍ଧା କମିସନିଂ କାର୍ଯ୍ୟ ଶେଷ ହେବା ପାଇଁ ଲକ୍ଷ୍ୟ ରହିଛି । ଅପରପକ୍ଷରେ ଚଳିତ ବର୍ଷ ଶକ୍ତି ବିଭାଗରେ ୩୪୦ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଥିଲେ । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କହିଲେଯେ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ନିର୍ମାଣ ଶ୍ରମିକମାନଙ୍କୁ ୧୭ ପ୍ରକାରର ସହାୟତା ପ୍ରଦାନ କରାଯାଉଛି । ଏଯାବତ୍ ୨୨.୩୪ ଲକ୍ଷ ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକୃତ କରାଯାଇଛି । ସେହିପରି ଭୁବନେଶ୍ୱରର ଜଗନ୍ନାଥ ପ୍ରସାଦ ଠାରେ ୧୫୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସାଳୟ ନିର୍ମାଣ ପାଇଁ ସରକାର ଅନୁମୋଦନ କରିଥିବାବେଳେ ଅନୁଗୁଳ ଠାରେ ୧ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣାଧୀନ ରହିଛି । ଭୁବନେଶ୍ୱରରେ ଥିବା ୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାକୁ ୧୦୦ ଶଯ୍ୟାକୁ ବୃଦ୍ଧି କରାଯାଇଛି । ରାଜ୍ୟର ସମସ୍ତ ଶ୍ରମିକମାନଙ୍କ ନିକଟରେ ସମସ୍ତ ସୁବିଧା ଉପଲବ୍ଧ କରିବା ପାଇଁ ନିରନ୍ତର ଉଦ୍ୟମ ପାଇଁଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।