ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ରାଜଧାନୀରେ ଶିକ୍ଷଙ୍କ ଆନ୍ଦୋଳନ

Nov 27, 2022 - 07:04
 43
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ରାଜଧାନୀରେ ଶିକ୍ଷଙ୍କ ଆନ୍ଦୋଳନ
ଭୁବନେଶ୍ବର: ରାଜଧାନୀରେ ଆଜି ହଜାର ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପହଞ୍ଚିଛନ୍ତି। ନୂତନ ପେନସନ ଯୋଜନାରେ ସରକାରଙ୍କ ନୀତିବିହୀନ ନିଷ୍ପତ୍ତିକୁ ବିରୋଧ କରି ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ଏ ନେଇ ଲୋକସେବା ଭବନ ସମ୍ମୁଖରେ ବିଶାଳ ସମାବେଶ କରିବେ ।ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧ ଲକ୍ଷରୁ ଅଧିଳ ଶିକ୍ଷକ, କର୍ମଚାରୀ ସାମିଲ ହେବେ ବୋଲି କୁହାଯାଉଛି। ଏନପିଏସ ଶିକ୍ଷକ ସଂଘର ଦାବିଗୁଡ଼ିକ ଯଥାର୍ଥ ଏବଂ ସରକାର ସେମାନଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ଦରକାର ବୋଲି କହି ଓଷ୍ଟା ଆନ୍ଦୋଳନକୁ ସମର୍ଥନ ଜଣାଇଛି । ଓଷ୍ଟାର ସମର୍ଥନ ପରେ ଆନ୍ଦୋଳନ ଆହୁରି ତ୍ରୀବତର ହେବ ବୋଲି ଶିକ୍ଷାବିତମାନେ ମତ ଦେଇଛନ୍ତି ।