ରାସ୍ତାକଡ଼ରେ ଶ୍ରାଦ୍ଧଭୋଜି ଖାଉଥିବା ଲୋକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର୍‌; ଜଣେ ମୃତ, ୧୮ ଆହତ

Nov 27, 2022 - 06:57
 44
ରାସ୍ତାକଡ଼ରେ ଶ୍ରାଦ୍ଧଭୋଜି ଖାଉଥିବା ଲୋକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର୍‌; ଜଣେ ମୃତ, ୧୮ ଆହତ
ସାରଣ: ଶନିବାର ରାତିରେ ବିହାରର ସାରଣ ଜିଲ୍ଲାର ଏକ ରାସ୍ତାକଡ଼ରେ ଆୟୋଜିତ ଶ୍ରାଦ୍ଧଭୋଜିରେ ଏକତ୍ର ହୋଇଥିବା ଲୋକଙ୍କ ଉପରେ ଗୋଟାଏ ଦ୍ରୁତଗାମୀ କାର୍‌ ଚଢ଼ିଯିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୧୮ଜଣ ଆହତ ହୋଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସଂଗୃହୀତ ତଥ୍ୟ ଅନୁସାରେ, ରାସ୍ତାପାର୍ଶ୍ବରେ ଥିବା ଗୋଟାଏ ଦୋକାନରେ ଧକ୍କା ଖାଇ ସେ ଦୋକାନକୁ ଭାଙ୍ଗିବା ପରେ କାର୍‌ଟି ରାସ୍ତା କଡ଼ରେ ଭୋଜି ଖାଉଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଦୁର୍ଘଟଣା ଘଟିବା ସମୟରେ କାର୍‌ ଚାଳକ ନିଶାସକ୍ତ ଥିଲେ। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା ପଠାଇଛି।