ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ

Sep 7, 2018 - 18:30
 180
ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,୭/୯ (ସକାଳଖବର): କେନ୍ଦ୍ରୀୟ ଓଜିଏସଟି ଆଇନରେ ସଂଶୋଧନ ଆଣିବା ଏବଂ ଓଡ଼ିଶା ଭାଟରେ ମଧ୍ୟ ସଂଶୋଧନ ଆଣିବା ପାଇଁ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଛି । ଆଜି ସନ୍ଧ୍ୟାରେ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କୃଷି ବିଭାଗର ଦୁଇଟି ପ୍ରସ୍ତାବ, ଅର୍ଥ ବିଭାଗର ୩ଟି ପ୍ରସ୍ତାବ, ସ୍ୱାସ୍ଥ୍ୟ ଏବଂ ନଗର ଉନ୍ନୟନ ବିଭାଗର ଗୋଟାଏ ଲେଖାଏ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଆଲୋଚନାର ବିଷୟବସ୍ତୁ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା । ବିଧାନସଭା ଅଧିବେଶନ ଚାଲିଥିବାରୁ ଏହି ସୂଚନା ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଥିଲା । ଖବର ନେବାରେ ଜଣାଯାଇଛି ଯେ, ରାଜ୍ୟରେ ୫ ବର୍ଷରେ ୨ ଲକ୍ଷ ହେକ୍ଟର ଚାଷ ଜମିରେ ଜୈବିକ ଚାଷ (ଅର୍ଗାନକ ଫାର୍ମିଂ) କରାଯିବ । ଏହି ଫାର୍ମିଂ ଲାଗି ଚାଷୀ ମାନଙ୍କୁ ଟ୍ରେନିଂ ଦେବାଲାଗି ୨୦ ହେକ୍ଟର ଜମି ନେଇ କ୍ଲଷ୍ଟର କରାଯିବ । ଏହି ଟ୍ରେନିଂ ବାବଦରେ ୩ ବର୍ଷ ପାଇଁ ୧୦ ଲକ୍ଷ ଟଙ୍କା ଦିଆଯିବ । ପୋଲିସ କଡର଼୍ନରେ ଏକ ନିର୍ଜନ ସ୍ଥାନକୁ ନେବା ପାଇଁ ଯୋଜନା କରାଯାଇ, ସାନ୍ତରାପୁର ନିକଟ ଜିନ୍ଦଲ ରୋଡ଼କୁ ନିଆଯାଇଥିଲା । ଇଣ୍ଡିଆନ ଅଏଲ କର୍ମଚାରୀ ତଥା ଏନଡ଼ିଆରଏଫ ଟିମକୁ ଘଟଣା ସ୍ଥଳକୁ ପଠାଯାଇଛି । ତେବେ ଗ୍ୟାସ୍ ନିର୍ଗତ ମାତ୍ରାକୁ ରୋକଯାଇଥିଲେ ମଧ୍ୟ ପୂର୍ଣ୍ଣ ମରାମତି ପାଇଁ ବିଶେଷଜ୍ଞ ଦଳଙ୍କୁ ଅପେକ୍ଷା କରାଯାଇଛି । ତୁରନ୍ତ ପଦକ୍ଷେପ ଏବହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିବାରୁ ସମ୍ଭାବ୍ୟ ଏକ ବଡ଼ ଅଘଟଣକୁ ରୋକାଯାଇ ପାରିଥିଲା ।