ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ, ମିଜେରାମରେ ଏମ୍ଏନ୍ଏଫ, ଏମପିରେ ଝୁଲା ଅବସ୍ଥା

Dec 11, 2018 - 17:28
 192
ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ, ମିଜେରାମରେ ଏମ୍ଏନ୍ଏଫ, ଏମପିରେ ଝୁଲା ଅବସ୍ଥା
ନୂଆଦିଲ୍ଲୀ, ୧୧/୧୨(ସକାଳଖବର): ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ ୪ଟି ରାଜ୍ୟରେ ବିପୁଳ ସଫଳତା ପାଇଛି । ମିଜୋରାମରେ କଂଗ୍ରେସର ୧୦ ବର୍ଷ ଶାସନର ଅବସାନ ଘଟିଛି । ରାଜ୍ୟରେ ଆଞ୍ଚଳିକ ଦଳ ମିଜୋ ଜାତୀୟ ସାମ୍ମୁଖ୍ୟ ସଫଳତା ପାଇଛି ସରକାର ଗଠନ କରିବା ନିଶ୍ଚିତ ହୋଇଯାଇଛି । ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ବିପୁଳ ସଫଳତା ପାଇଛି । ସ୍ପଷ୍ଟ ମତ ପାଇଥିବାରୁ ଏହି ୨ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବା ପାଇଁ ପଥ ପରିଷ୍କାର ହୋଇଯାଇଛି । ତେବେ ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସର କଡ଼ା ମୁକାବିଲା ମଧ୍ୟରେ ଏକ ଝୁଲା ସରକାର ଗଠନ ଅଭିମୁଖେ ରାଜ୍ୟ ଅଗ୍ରସର ହେଉଛି ।