ପଲିଟେକ୍‌ନିକ୍‌ କଲେଜ୍‌ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

Mar 28, 2023 - 06:02
 32
ପଲିଟେକ୍‌ନିକ୍‌ କଲେଜ୍‌ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ
ଯାଜପୁର : ଯାଜପୁର ସରକାରୀ ପଲିଟେକ୍‌ନିକ୍‌ କଲେଜ୍‌ର ବିରଜା ହଷ୍ଟେଲରେ ଅଘଟଣ । ଜଣେ ୩ୟ ବର୍ଷର ଇଲେକ୍ଟ୍ରିକାଲ୍‌ ଛାତ୍ରୀ ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଛାତ୍ରୀ ଜଣକ ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଢପୁର ଗ୍ରାମର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ପାତ୍ର ( ୧୮) ବୋଲି ଜଣାପଡିଛି । ଛାତ୍ରୀ ଜଣକ ୪ଟି କ୍ୟାମ୍ପସ ପାଇଥିବା ବେଳେ ସେ ଜଣେ ମେଧାବୀ ଛାତ୍ରୀ ଥିଲେ ବୋଲି କଲେଜର ଅଧକ୍ଷ ରାଜେନ୍ଦ୍ର ପୃଷ୍ଟି ସୂଚନା ଦେଇଛନ୍ତି । ତେବେ ମଙ୍ଗଳବାର ସକାଳେ ହଷ୍ଟେଲର ପଙ୍ଖାରେ ଚୁନି ଲଗାଇ ଝୁଲିପଡିଥିବା ସାଙ୍ଗମାନ ଦେଖିଥିଲେ । ତେବେ କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ଝିଅକୁ ସାଙ୍ଗସାଥି ସବୁବେଳେ ରାଗିଂ କରୁଥିବା ସେ ଫୋନରେ ଘରକୁ ଜଣେଇଥିବା କହିଛନ୍ତି ପରିବାର ଲୋକେ । ତେବେ ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।