‘ରାଜଧାନୀରେ ଅମାନିଆଙ୍କ ଲାଗି ବଢ଼ୁଛି ସଂକ୍ରମଣ ’

Oct 13, 2021 - 10:25
 77
‘ରାଜଧାନୀରେ ଅମାନିଆଙ୍କ ଲାଗି ବଢ଼ୁଛି ସଂକ୍ରମଣ ’
ଭୁବନେଶ୍ୱର: ରାଜଧାନୀବାସୀ କରୋନା କଟକଣା ମାନୁ ନ ଥିବାରୁ ପଜିଟିଭ ସଂଖ୍ୟା ବଢୁଛି। ଯାହା ଉଦବେଗଜନକ। ଯଦି ଆଗକୁ ଅଧିକ ପଜିଟିଭ ବଢ଼େ, ତାହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କରିଥିବା ଗାଇଡଲାଇନ ମାନନ୍ତୁ ଓ ସତର୍କ ରୁହନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅଧିକ ଲୋକ ଆସୁଥିବାରୁ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି ବୋଲି ଡିଏମ୍ଇଟି ସିବି କେ ମହାନ୍ତି ସୂଚନା ଦେଇଛନ୍ତି। ଡିଏମ୍ଇଟି କହିଛନ୍ତି, ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ଏବେ ସାମାନ୍ୟ ବଢ଼ି ୪୦୦ରୁ ୬୦୦ ଭିତରେ ରହୁଛି। ଟେଷ୍ଟ ପଜିଟିଭିଟି ରେଟ୍ ଏବଂ ଆକ୍ଟିଭ କେସକୁ ଦେଖି ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ଜୋନ୍ କରାଯାଇଛି। ଯାହାଫଳରେ ଆମେ ସେହି ଜିଲ୍ଲାକୁ ଅଧିକ ଫୋକସ କରିପାରିବୁ। ଏଥିସହ ସେ କହିଛନ୍ତି, କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସବୁବେଳେ ସଚେତନ ରହିବାକୁ ହେବ। ସଚେତନ ରହିଲ ହିଁ କରୋନା ସଂକ୍ରମଣକୁ ରୋକିହେବ।