ମ୍ୟାଲେରିଆ ନିରାକରଣ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର

Aug 28, 2018 - 18:48
 175
ମ୍ୟାଲେରିଆ ନିରାକରଣ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର
ଭୁବନେଶ୍ୱର, ୨୮/୮ (ସକାଳଖବର):ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାର ଦୁଇଟି ସଂସ୍ଥା ସହିତ ହାତ ମିଳାଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ମଙ୍ଗଳବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆମେରିକୀୟ ସଂସ୍ଥା 'ମ୍ୟାଲେରିଆ ନୋ ମୋର୍' ଏବଂ ଭାରତୀୟ ସଂସ୍ଥା "ମ୍ୟାଲେରିଆ ନିରାକରଣ ଟ୍ରଷ୍ଟ' ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତହୋଇଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ଜେନା ଏବଂ ବିଭାଗୀୟ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧାଙ୍କ ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ବ୍ରଜକିଶୋର ବ୍ରହ୍ମା , ମ୍ୟାଲେରିଆ ନୋ ମୋର ସି.ଇ.ଓ ମାର୍ଟିନ୍ ଏଡ୍ଲୁଣ୍ଡ ଓ ମ୍ୟାଲେରିଆ ଏଲିମ୍ନେସନ ଟ୍ରଷ୍ଟର ଟ୍ରଷ୍ଟି ଡାଃ କୌଶିକ ସରକାର ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟ ସରକାର ମ୍ୟାଲେରିଆ ନିରାକରଣ ଦିଗରେ ସୁୁଚିନ୍ତିତ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ରାଜ୍ୟରେ ମ୍ୟାଲେରିଆ ପ୍ରକୋପ ଆଶାତୀତ ଭାବେ ହ୍ରାସ ପାଇଥିବାରୁ ଉପରୋକ୍ତ ସଂସ୍ଥାମାନେ ଏଠାରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ 'ଦମନ' ଯୋଜନାର କାର୍ଯ୍ୟକାରୀ ଫଳରେ ରାଜ୍ୟରୁ ମ୍ୟାଲେରିଆର ପ୍ରକୋପ ୮୪ ପ୍ରତିଶତ ହ୍ରାସ ପାଇଛି । ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏଭଳି ସଫଳତା କେବଳ ଦେଶ ମଧ୍ୟରେ ନୁହେଁ , ବିଦେଶରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି । ଖୋଦ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓଡିଶାର ଏଭଳି କାର୍ଯ୍ୟକୁ ଭୁରି ଭୁର ପ୍ରଶଂସା କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଯେହେତୁ ମ୍ୟାଲେରିଆକୁ ଏକାକୀ ନିରାକରଣ କରିବା ଆମ ରାଜ୍ୟ ପାଇଁ ଏକ ଆହ୍ୱାନ ହୋଇଛି ତେଣୁ ବିଭିନ୍ନ ସଂଗଠନ ସହିତ ସହେଯାଗ ସ୍ଥାପନ କରି କାମକରିବା ନିହାତି ଆବଶ୍ୟକ । ୨୦୧୪ରେ ରାଜ୍ୟରେ ୩୯୫୦୦୪ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ବେଳେ ୮୯ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୨୦୧୫ ରେ ୪୩୬୭୯୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୦ ଜଣଙ୍କ ମୃତ୍ୟୁ ,୨୦୧୬ ରେ ୪୪୯୬୯୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୭୭ ଜଣଙ୍କ ମୃତ୍ୟୁ ୨୦୧୭ ରେ ୩୫୨୧୪୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୪ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଚଳିତ ବର୍ଷ ଗତ ଜୁଲାଇ ମାସ ଶେଷ ସୁଦ୍ଧା ୪୧୯୩୭ ଜଣ ଆକ୍ରାନ୍ତ ଏବଂ ୨ ଜଣଙ୍କ ମୃତ୍ୟୁ ହୋଇଛି । "ମ୍ୟାଲେରିଆ ନୋ ମୋର' ଓ "ମ୍ୟାଲେରିଆ ନିରାକରଣ ଟ୍ରଷ୍ଟ' ସହେଯାଗରେ ଓଡିଶାରୁ ସହଜରେ ମ୍ୟାଲେରିଆ ନିରାକରଣ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି ।