ମୋଦି ସରକାରରେ ଓଡିଶାରେ ଘରେ ଘରେ ପହଂଚିଛି ବିକାଶର ଲାଭ - ଧର୍ମେନ୍ଦ୍ର

Jun 7, 2018 - 15:19
 216
ମୋଦି ସରକାରରେ ଓଡିଶାରେ ଘରେ ଘରେ ପହଂଚିଛି ବିକାଶର ଲାଭ - ଧର୍ମେନ୍ଦ୍ର
ଭୁବନେଶ୍ୱର, ୭,୬(ସକାଳଖବର): ଚତୁର୍ଦଶ ଅର୍ଥ କମିଶନର ସୁପାରିଶକୁ ଲାଗୁ ଯୋଗୁ ୟୁପିଏର ଶେଷ ଚାରି ବର୍ଷରେ ଓଡିଶାକୁ ୮୨, ୧୮୫.୫୮ କୋଟି ଟଙ୍କାର ସମ୍ବଳ ହସ୍ତାନ୍ତର ହୋଇଥିବା ବେଳେ ମୋଦିଙ୍କ ପ୍ରଥମ ଚାରି ବର୍ଷରେ ୧,୯୬,୬୩୨.୭ କୋଟି ଟଙ୍କା ସମ୍ବଳ ଆସିଛି । ଖଣି ନିଲାମୀ ଯୋଗୁ କୋଇଲା ବ୍ଲକ ଆବଂଟନରୁ ଲିଜ ଅବଧି ମଧ୍ୟରେ ୪୦,୦୫୭ କୋଟି ଓ ଲୁହାପଥର ତଥା ଅନ୍ୟାନ୍ୟ ଖଣିଜ ଦ୍ରବ୍ୟରୁ ୩୧,୭୨୬ କୋଟି ଟଙ୍କା ମିଳିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠିରେ ରାଜ୍ୟକୁ ୪ ହଜାର ୩ ଶହ କୋଟି ଟଙ୍କା ପହଂଚି ସାରିଲାଣି । ରାଷ୍ଟ୍ରୀୟ କମ୍ପାନୀ ଲ ଟ୍ରିବ୍ୟୁନାଲ ଯୋଗୁ ଦେବାଳିଆ ଭୂଷଣ କମ୍ପାନୀର ଢେଙ୍କାନାଳ ସ୍ଥିତ ଇସ୍ପାତ ଶିଳ୍ପର ବ୍ୟାଙ୍କ ଋଣ ଓ ସାଧାରଣ ଲୋକଙ୍କ କାମ ବ୍ୟାଙ୍କ ମାନଙ୍କ ଦ୍ୱାରା ନିଲାମୀ ଯୋଗୁ ସୁରକ୍ଷିତ ହୋଇଛି ବୋଲି ସ୍ଥାନୀୟ ପତ୍ର ସୂଚନା କାର୍ଯ୍ୟାଳୟଠାରେ ସଂପାଦକ ଓ ମାମ୍ବାଦିକଙ୍କ ସହ ମତବିନିମୟ ସମୟରେ ସେ ଉପରୋକ୍ତ ତଥ୍ୟ ପ୍ରଦାନ କରିଛନ୍ତି । ବ୍ୟାଙ୍କର ଅର୍ଥ ଫେରି ପାଇବା ପାଇଁ ରାସ୍ତା ପ୍ରଶସ୍ତ ହେବା, ଶିଳ୍ପ ଚାଲୁ ରହିବା କାରଣରୁ ଲୋକଙ୍କ ରୋଜଗାର ଓ ସ୍ଥାନୀୟ ଅର୍ଥନୀତିକୁ ଲାଭ ମିଳିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଆକାଂକ୍ଷୀ ଜିଲ୍ଲା ତାଲିକାରେ ଓଡିଶାର ଦଶଟି ଜିଲ୍ଲା ସାମିଲ ହୋଇ ଏହି ଜିଲ୍ଲା ଗୁଡିକର ବିକାଶ କାମ ଖୋଦ ପ୍ରଧାନମନ୍ତ୍ରୀଙ୍କ ତତ୍ୱାବଧାନରେ ତ୍ୱରାନ୍ୱିତ ହେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଜାତୀୟ ଇସ୍ପାତ ନୀତି ୨୦୧୭ ଓଡିଶା ଭଳି ଖଣିଜ ସମ୍ପଦ ପୂର୍ଣ ରାଜ୍ୟରେ ଇସ୍ପାତ ଉପôାଦନକୁ ପ୍ରୋତ୍ସାହନ ଦେବ କାରଣ ସୀମା ଶୁଳ୍କ ବୃଦ୍ଧି, ନିର୍ଧାରିତ ଇସ୍ପାତ ଉପôାଦନ ଉପରେ ସୁରକ୍ଷା, ଆଂଟି ଡମ୍ପିଂ ଶୁଳ୍କ ଏବଂ ସର୍ବ ନିମ୍ନ ଆମଦାନୀ ଶୁଳ୍କ ଲାଗୁ ପରି ନିୟମ ଓଡିଶାର ଇସ୍ପାତ ଶିଳ୍କକୁ ସହାୟକ ହୋଇଛି । ସବୁଜ ବିପ୍ଲବ ୨.୦ ଯୋଜନାରେ କୃଷି ଉପôାଦନରେ ସ୍ଥିରତା, ଉପôାଦନକୁ ଉଚିତ ମୂଲ୍ୟ ଓ ଉପôାଦନକୁ ବଜାର ସହ ଯୋଡିବା ପାଇଁ ମୋଦି ସରକାରଙ୍କ ନୀତି ଓଡିଶା ପ୍ରତି ସହାୟକ ହେବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ତାଙ୍କର ନିକଟରେ ୟୁଏଇ ଗସ୍ତ ସମୟରେ ଓଡିଶାର କୃଷି ଉପôାଦନକୁ ଉପ ସାଗରୀୟ ଦେଶ ଗୁଡିକର ଖାଦ୍ୟ ସୁରକ୍ଷା ସହ ଯୋଡିବା ପାଇଁ ମୋଦି ସରକାର ପଦକ୍ଷେପ ନେଉଛନ୍ତି । ନୀଳ ବିପ୍ଲବ ଯୋଜନାରେ ଓଡିଶାର ମତ୍ସଜୀବୀ ମାନଙ୍କର ସାମାଜିକ ସୁରକ୍ଷା ଓ ମତ୍ସ୍ୟ ଚାଷର ଉନ୍ନତି ପାଇଁ ଯୁଗ ଉପଯୋଗୀ ପଦକ୍ଷେପରୁ ଓଡିଶା ଲାଭବାନ ହୋଇଛି । ଓଡିଶା ଅନ୍ୟାନ୍ୟ ପଛୁଆ ବର୍ଗ ଅଧ୍ୟୁଷିତ ରାଜ୍ୟ ହୋଇଥିବା କାରଣରୁ ଅନ୍ୟାନ୍ୟ ପଛୁଆ ବର୍ଗ କମିଶନକୁ ସାମ୍ବିଧାନିକ ମାନ୍ୟତା ମିଳିବାକୁ ଯାଉଥିବା ବେଳେ ଓଡିଆ ଲୋକ ମାନଙ୍କୁ ଅଧିକ ଲାଭ ମିଳିବ ବୋଲି ସେ କହିଛନ୍ତି ।